Odiapua.com

ମେଧାବୀ ଛାତ୍ର ମାନସଙ୍କୁ ବିନାୟକ କଲେଜ ପକ୍ଷରୁ ସହାୟତା

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଂଚଳର ବଜରାପୁର ଗ୍ରାମର ଅସହାୟ ମେଧାବୀ ଛାତ୍ର ମାନସ ବଳଙ୍କ ବିଷୟରେ ଗଣମାଧ୍ୟମରୁ ଜାଣି ବିନାୟକ ଆବାସିକ ମହାବିଦ୍ୟାଳୟ, ଭଦ୍ରକ ପକ୍ଷରୁ ଜଗଜୟ ନାୟକ(ଫିଜିକ୍ସ ଲେକ୍‌ଚର)ଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରେ ପହଞ୍ଚି ସହାୟତାର ହାତ ବଢାଇଛି । ମେଧାବୀ ଛାତ୍ର ମାନସଙ୍କ ବାପା ଗୟାଧର ଦୀର୍ଘ ୧ବର୍ଷ ହେବ କର୍କଟ ରୋଗରେ ପୀଡିତ । ସୂଚନା ଅନୁସାରେ ମେଧାବୀ ଛାତ୍ର ମାନସ +୩ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଅଟନ୍ତି । ଆର୍ଥିକ ଅଭାବ ଯୋଗୁଁ ସେ ଘଣ୍ଟେଶ୍ୱର ଅଂଚଳରେ ବୁଲିବୁଲି ଚଟ୍‌ପଟି ବିକ୍ରିକରି ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି । ପେଟକୁ ଦୁଇଓଳି ଖାଇବା ଓ ବାପାଙ୍କର ଔଷଧ କିଣିବା ପାଇଁ ନିଜର ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଚଟ୍ ପଟି ବିକିବା ସାରା ଜିଲାରେ ଚହଳ ସୃଷ୍ଟି କରିଛି । ତେବେ ଏହି ଖବର ଜାଣିବା ପରେ ବିନାୟକ କଲେଜର ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀ ଓ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଜୀବନାନନ୍ଦ ପାଣିଗ୍ରାହୀ ଏବଂ କର୍ମକର୍ତ୍ତା ତଥା ପ୍ରଦୀପ କୁମାର ପଣ୍ଡା, ତାପସ ରଂଜନ ମହାନ୍ତି, ଦ୍ୟୁତିକୃଷ୍ଣ ଜେନା ନିରୋଜ ପାଢ଼ୀ, ପ୍ରଭାତ ସାମଲ, ସଦାଶିବ ପାଢ଼ୀ ପ୍ରମୁଖ ଛାତ୍ର ମାନସଙ୍କ ଘରେ ପହଂଚି ପାଠପଢ଼ା ନିମନ୍ତେ ୨୭,୬୦୦ଟଙ୍କା ଆର୍ଥିକ ସହାୟତା କରିଛନ୍ତି ।