Odiapua.com

ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ମନ୍ତେଇବାଟି ଗ୍ରାମର ଛାତ୍ର ସାଇଜ୍ୟୋତି ମଲ୍ଲିକ ସର୍ବଭାରତୀୟ ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୧ ଜାତୀୟ ସ୍ତରରେ ୨୩୯ ସ୍ଥାନରେ ସ୍ଥାନିତ ହୋଇ ଭଦ୍ରକ ତଥା ଧାମନଗର ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ତାଙ୍କୁ ଧାମନଗର ବିଭିନ୍ନ ମହଲରୁ ସମ୍ବର୍ଦ୍ଧିତ କରିଥିବାବେଳେ ଆଜି ଧାମନଗର ବିଜେପି ସହରୀମଣ୍ଡଳୀ ପକ୍ଷରୁ ସାଇଜ୍ୟୋତିକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଧାମନଗର ଜଳସେଚନ ଡ଼ାକବଙ୍ଗଳା ଠାରେ ଜିଲ୍ଳା ପରିଷଦ ସଭ୍ୟ ମନୋରଂଜନ ମଲ୍ଲିକଙ୍କ ସଭାପତିତ୍ୱ କରିଥିବାବେଳେ ନଗରସଭାପତି କୈଳାଶଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଶିକ୍ଷକ ନେତା ମନୋଜ କୁମାର ସିଂହ, ସୁରେନ୍ଦ୍ର ସେଠୀ, ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଶରତ କୁମାର ମିଶ୍ର, ଅଧ୍ୟକ୍ଷ ବିଜୟ କୁମାର ନାୟକ, କୈଳାଶଚନ୍ଦ୍ର ଗୁପ୍ତା, ବିଜୟ କୁମାର ରାମ, ସଞ୍ଜୟ କୁମାର ସ୍ୱାଇଁ, ଅଶୋକ ଜେନା, ପ୍ରଶାନ୍ତ ଜେନା ପ୍ରମୁଖ ଯୋଗଦେଇ ସାଇଜ୍ୟୋତିକୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାଇଜ୍ୟୋତିଙ୍କ ମାତା ଆଦର୍ଶ ଶିକ୍ଷୟିତ୍ରୀ ମଞ୍ଜୁଲତା ମହାପାତ୍ର, ପିତା ଯୁବସମାଜସେବୀ ବ୍ରଜକିଶୋର ମଲ୍ଳିକଙ୍କୁ ମଧ୍ୟ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ ।