Odiapua.com

ମେଡିକାଲ ପରିସରରେ ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ବ୍ୟାଗ୍‌ରୁ ନବଜାତ ଉଦ୍ଧାର ହୋଇଛି। ଜନ୍ମ ପରେ କେହି ଏହି ନବଜାତକୁ ବ୍ୟାଗ୍‌ରେ ପୁରାଇ ପିଙ୍ଗିଦେଇଥିବାର ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ୍ ପାର୍କିଂ ପାଇଁ ଯିବାବେଳେ କେତେକ ଲୋକେ ଏକ ବ୍ୟାଗ୍ ଦେଖିଥିଲେ। ଦୀର୍ଘସମୟ ପରେ ବ୍ୟାଗ୍‌କୁ କେହି ନନେବାରୁ ଲୋକେ ଖୋଲି ଦେଖିଥିଲେ। ବ୍ୟାଗ୍ ଭିତରେ ଏକ ନବଜାତକ ଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଉପସ୍ଥିତିରେ ବ୍ୟାଗ୍ ଖୋଲିବା ପରେ ଏକ ନବଜାତର ମୃତଦେହ ମିଳିଥିଲା। ବିଳମ୍ବିତ ରାତି ସମୟରେ କେହି ନବଜାତକୁ ବ୍ୟାଗ୍‌ରେ ଭର୍ତ୍ତି କରି ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ଛାଡିଥିବା ଅନୁମାନ କରାଯାଉଛି।