Odiapua.com

ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସଚେତନତା ବାର୍ତ୍ତା ବାଣ୍ଟିଲା ବିଏସ୍‌ଏସ୍

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଥିବାବେଳେ ଭଦ୍ରକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ତାହା ନହୋଇପାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏଥିନିମନ୍ତେ ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ଏ ଦିଗରେ ଆନ୍ଦୋଳନର ସ୍ୱର ଉଠାଇଆସୁଛନ୍ତି । କିନ୍ତୁ ନବୀନ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏବେବି ଭାଙ୍ଗୁନଥିବାରୁ ଆଜି ଏହି ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ରାଜ୍ୟର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଏସ୍‌ଏସ୍ ପକ୍ଷରୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଚେତନତାର ବାର୍ତ୍ତା ଦିଆଯାଇଛି । ବିଏସ୍‌ଏସ୍‌ର ଅଧ୍ୟକ୍ଷ ସଂଜିତ ନାୟକ, ନିର୍ଦ୍ଦେଶକ ପ୍ରକାଶ ସ୍ୱାଇଁ, ଉପଦେଷ୍ଟା ଦିଲ୍ଲୀପ ନାୟକ, ମାର୍ଗଦର୍ଶକ ସଂଗ୍ରାମ ଆଚାର୍ଯ୍ୟ, ସଦସ୍ୟ ହିମାଂଶୁ ପାଣି, ସୁଜିତ୍ ପତି, ଜ୍ୟୋତିପ୍ରକାଶ ଦାସ, ପ୍ରମୋଦ ଦାସ ପ୍ରମୁଖ ଡାକ୍ତରଖାନା ପରିସରରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବା ସହ କଣ୍ଠଶିଳ୍ପୀ କୁମାର ଗୌତମ ଏହି ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ନବୀନ ପଟ୍ଟନାୟକଙ୍କୁ ସଂଗୀତ ମାଧ୍ୟମରେ ଯେଉଁ ନିବେଦନ କରିଛନ୍ତି, ତାହା ଶୁଣାଇଥିଲେ ।