ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତାବିତ୍ ଓ ସୂଚନା ଅନୁସାରେ ଭଦ୍ରକ ଜିଲାରେ ଏକ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଭଦ୍ରକ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମ୍ଭେମାନେ ଶାନ୍ତିଶୃଙ୍ଖଳା ସହ ଧାରାବାହିକ ଭାବରେ ପ୍ରତ୍ୟେକ ମାସ ଏହିଭଳି ଜାରି ରହିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଲେଇ ସୂଚନା ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଭୂତି ଭୂଷଣ ସାହୁ, ଅରୁଣ ମଜୁମଦାର, କୁଟିଆ ନାୟକ, ନର ନାରାୟଣ ଜେନା, ବାବୁ ମହାପାତ୍ର, ସେକ୍ ଜଫିରୁଦ୍ଦିନ୍, ସେକ୍ ପପୁ, ଧବଳା ପଣ୍ଡା, ବୁଲୁ ବିଶ୍ୱାଳ, ଚିଦାନନ୍ଦ ବାରିକ, ଉଜ୍ଜ୍ୱଳ ନାୟକ, ମୁନା ପରିଡା, ସୁଶାନ୍ତ ଘଡେଇ, ଅନନ୍ତ ମହାପାତ୍ର, ମନୋଜ ଜତି, ଲଲାଟ ନନ୍ଦ, ଦେବଦତ୍ତ ରାଉତରାଏ, କଲ୍ଲୋଲ ଲେଙ୍କା, ରଣଜିତ୍ ନାୟକ, ଗିରିଶ ପଣ୍ଡା, ଗୌତମ ମିଶ୍ର, କାଲୁ ଦାଦା ପ୍ରମୁଖ ଉପସ୍ଥିତ ଥିଲେ।