Odiapua.com

ମେଡିକାଲରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଏଡସ ଦିବସ ଆଜି ପାଳିତ ହୋଇଯାଇଛି। ମେଡିକାଲ ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ବିଶ୍ୱ ଏଡ୍‌ସ ଦିବସ ପାଳନର ତାତ୍ପର୍ଯ୍ୟ ଓ ଜନସଚେତନତା ସମ୍ପର୍କରେ ଉଲ୍ଲେଖ କରିବା ସହ ଏହାକୁ ଏକ ଅଭିଯାନରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ମେଡିକାଲରେ କାର୍ଯ୍ୟରତ ଡାକ୍ତର, ବିପିଏମ ରଶ୍ମିରେଖା ପୃଷ୍ଟି, ପିଏଚଇଓ ସୁରେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।