ମୁମ୍ବଇ୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦିର୍ଘ ୨୮ଦିନ ମେଡିକାଲରେ ରହି ଚିକିତ୍ସିତ ହେବା ପରେ ଆଜି ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମେଡିକାଲରେ ଚିକିତ୍ସିତ ହେବା ସମୟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ସୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଜଣାଇଲେ ଲତା । ସୁଚନାଯୋଗ୍ୟ- ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ଓ ତାଙ୍କର ନିମୋନିଆ ସହ ହୃଦୟ ସମ୍ବନ୍ଧୀତ ଗମ୍ଭୀର ସମସ୍ୟା ଯୋଗୁଁ ତାଙ୍କୁ ମୁମ୍ବଇ ସ୍ଥିତ ବ୍ରେଞ୍ଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡା. ପ୍ରତିତ ସମଦାନୀ ତାଙ୍କ ଚିକିତ୍ସା କରୁଥିଲେ।
ଡା. ପ୍ରତିତଙ୍କ କହିବାନୁସାରେ, “ତାଙ୍କର ନିମୋନିଆ ସହ ହୃଦୟ ସମ୍ବନ୍ଧୀତ ଗମ୍ଭୀର ସମସ୍ୟା ରହିଥିଲା। ମାତ୍ର ଗତ କିଛି ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏହାସହିତ ସେ ଦୃଢତାର ସହ ରୋଗ ସହ ଲଢେଇ କରୁଥିଲେ। ତେଣୁ ଖୁବଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ମଧ୍ୟ ଡାକ୍ତର କହିଥିଲେ।ଗାୟିକାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ବୁଝିବା ପାଇଁ ଭଉଣୀ ଆଶା ଭୋସଲେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାସହିତ ଅନେକ ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।