Odiapua.com

ମେଗା ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାଶ କଲେ ବିଧାୟକ

ହାଟଡିହି ୨୯ । ୬ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପୁରୁଣାପାଣି ନିକଟରେ ୩୧୫କୋଟି ୬୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ôତବା ମେଗା ପାନୀୟଜଳ ପ୍ରକଳ୍ପର ଶିଲାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡିଆ ଭାଙ୍ଗି ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ହାଟଡିହି ବ୍ଲକର ୨୯ଟି ପଞ୍ଚାୟତର ୨୦୦ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବାର ଲକ୍ଷ ରଖାଯାଇଛି । ହଦଗଡ ଶାଳନ୍ଦୀ ନଦୀରୁ ଜଳ ଅଣାଯାଇ ତାକୁ ବିଶୋଧନ କରି ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତି ଘରେଘରେ ପାନୀୟଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି ବୋଲି ନିର୍ବାହୀଯନ୍ତ୍ରୀ ବଳରାମ ମିଶ୍ର ପ୍ରକାଶ କରିଥିଲେ । ହାଇଦ୍ରାବାଦର ଏନସିସି କମ୍ପାନୀ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗାମି ୨ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଧାର୍ଯ୍ୟ ହୋଇଥିବା ସେ ସୁଚନା ଦେଇଥିଲେ । କରୋନା କଟକଣା ନିୟମାନୁଯାଇ ବହୁ କମ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୁରତା ରକ୍ଷା କରାଯାଇ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ କନିଷ୍ଠଯନ୍ତ୍ରୀ ଉତ୍ସବ ଚରଣ ଜେନା, ସରପଞ୍ଚ ନିମାଇଁ ସାମଲ, ବରିଷ୍ଠ ନେତା ରବିନ୍ଦ୍ର ନାୟକ, ବିଜୟ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦା. ବୈଦ୍ୟନାଥ ସାମଲ, ମନୋଜ ମହାନ୍ତି, ଗୋପାଳ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବାବେଳେ ଏନସିସି କମ୍ପାନୀର ଏସପିଏମ ଭି. ଗ୍ଲାନ ଗୋଭନ, ଡିପିଏମ ଏମ.ଡି. ବଶା, ପ୍ରତାପ ରେଡି, ଏମ. ଭି. ସୁଧିର ଓ ଇଞ୍ଜିନୟର ଦିଗବିଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।