Odiapua.com

ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ନୟାଗଡ଼, ୧୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷି ଭବନ ସମ୍ମିଳନୀ କକ୍ଷରେ ଏଥିନେଇ ବିଚାର ବିମର୍ଷ ହେବା ସହ ଏହି କାର୍ଯ୍ୟର ତ୍ୱରାନ୍ନୀତ ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ନୟାଗଡ଼ ଜିଲା ବିଜେଡି ସଭାପତି ତଥା ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ତଥା ନୟାଗଡ଼ ଜିଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ନୟାଗଡ଼ ଜିଲାର ସମସ୍ତ ଗ୍ରାମକୁ କିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ ତାହା ଉପରେ ବିକ୍ଷିପ୍ତ ଭାବରେ ଆଲୋଚନା ହେବା ସହ ନିର୍ମାଣଧୀନ ଥିବା ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ହୋଇଥିଲା। ଏହି ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳ, ମୁଖ୍ୟଯନ୍ତ୍ରୀ, ଅଧରକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଭୁବନେଶ୍ୱର ସର୍କଲ ଓ ନୟାଗଡ଼ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।