Odiapua.com

ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର, ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରୀ

ଟିଟିଲାଗଡ ୧୬-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ନିକଟସ୍ଥ ବେଲପଦର୍ ଗ୍ରାମ କେନାଲରୁ ଏକ ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଟି ହେଉଛନ୍ତି ସିରୁଲ୍ ଗ୍ରାମର ସୁରେଶ ବଗର୍ତ୍ତୀ। ମୃତକଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି। ସେ ତାଙ୍କ ସହଯୋଗୀଙ୍କ ସହିତ ଶୁକ୍ରବାର ଦିନ ସକାଳୁ ପ୍ରତିଦିନ ପରି କାମ କରିବା ପାଇଁ ଟିଟିଲାଗଡ ଯାଇଥିଲେ ଓ ଦିନ ବେଳେ ସହଯୋଗୀଙ୍କ ସହ ମିଶି କାମ କରିଥିଲେ। ସନ୍ଧ୍ୟା ସମୟରେ ତାଙ୍କ ମିସ୍ତ୍ରୀ ତାଙ୍କୁ ୫୦୦ ଟଙ୍କା ଦେଇ ତାଙ୍କୁ ବାଇକ୍ ଯୋଗେ ଆଣି ଘରେ ଛାଡ଼ି ଦେଇଥିଲେ।

ପରେ ସେ ଘରୁ ସାଇକଲରେ ବାହାରି ଥିଲେ, କିନ୍ତୁ ସେ ଘରକୁ ଆଉ ଫେରି ନଥିଲେ। ତାଙ୍କ ଘର ସଦସ୍ୟମାନେ ତାଙ୍କୁ ଖୋଜି ଥିଲେ କିନ୍ତୁ କିଛି ଖବର ପାଇ ପାରି ନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକ ଏକ ଶବ ବେଲପଦର କେନାଲ ରେ ପଡ଼ିଥିବା ଦେଖି ତାଙ୍କ ପରିବାରକୁ ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେହି ସ୍ଥାନରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ଶବ ପାଖରୁ କିଛି ଟଙ୍କା ବ୍ୟତୀତ ଏକ ସାଇକେଲ ମଧ୍ୟ ପାଇଥିଲେ। ସ୍ଥାନୀୟ ଲୋକ ଓ ମୃତକଙ୍କ ସମ୍ପର୍କୀୟ ଏକ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ ତରଫରୁ କିଛି ସ୍ପଷ୍ଟ କୁହାଯାଇ ନାହିଁ। ପୋଲିସ ଶବ ବ୍ୟବଚ୍ଛେଦ କରି ଏକ ମାମଲା ରୁଜ୍ଜୁ କରାଯାଇଥିବା ପ୍ରକାଶ କରି ଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରିଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି।