Odiapua.com

ମୃତ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ସହାୟତା

ଖଇରା, ୨୩/୪/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ହନ୍ନବାବୀ ଗ୍ରାମର ଚାଷୀ ରଙ୍ଗଲତା ପୃଷ୍ଟିଙ୍କର ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ସମିତିର ସଭାପତି ଦିଲ୍ଲିପ ବେହେରାଙ୍କ ପୌରହତ୍ୟରେ ଆୟୋଜିତ ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କର ଖଇରା ଶାଖା ପରିଚାଳକ ସଞ୍ଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ସମବାୟ ସମିତି ପକ୍ଷରୁ ଚାଷୀ ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ କହିବା ଅବସରରେ ମାତ୍ର ୮୯ଟଙ୍କା ବାର୍ଷୀକ ପ୍ରମିୟମ ଦେଇ ଜୀବନ ବୀମା ଉପକାରିତା ନେବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଚାଷୀ ଯେଭଳି ଏଥିପ୍ରତି ଯତ୍ନବାନ ହେବେ ସେଥିଲାଗି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ବୋର୍ଡ ସଭ୍ୟ ବୁଲୁ ଲେଙ୍କା, କେଶବ ଚନ୍ଦ୍ର ନାୟକ, ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଶାଖା ପରିଚାଳକ ଶ୍ରୀ ମହାନ୍ତି ମୃତା ଚାଷୀଙ୍କ ପୁଅ ପ୍ରଦୀପ କୁମାର ପୃଷ୍ଟିଙ୍କୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଠାରେ ପ୍ରକାଶ ଥାଉକି ନଭେମ୍ବର ୨୦ତାରିଖ ପୂର୍ବାହ୍ନରେ ରଙ୍ଗଲତା ସମ୍ପର୍କୀୟଙ୍କ ଗାଡିରେ ବସି ମଳିହା-ବଟେଶ୍ୱର ରାସ୍ତାରେ ଖଇରା ଡାକ୍ତରଖାନାକୁ ଯାଉଥିବା ବେଳେ ତେଲଦିଆ ଗ୍ରାମ ନିକଟରେ ଖସିପଡିବାରୁ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ। ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।