Odiapua.com

ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ଭଦ୍ରକ ଶାଖା ଅଧୀନରେ ଥିବା କଲେଇ ସେବା ସମବାୟ ସମିତିରୁ ଋଣ ନେଇଥିବା ବିଲାବାଡି ଗ୍ରାମର ଗୋଲଖ ବେହେରା ନାମକ କ୍ଷୁଦ୍ର ଗରିବ ଚାଷୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ତାଙ୍କ ପରିବାରର ଉତ୍ତରାଧିକାରୀ ପାର୍ବତୀ ବେହେରାଙ୍କୁ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମାରାଶି ବାବଦ ଚେକ୍ ପ୍ରଦାନ କରାଯାଇଛି । ଏହି ସେବା କିଶାନ କାର୍ଡ ଜରିଆରେ ବର୍ଷକୁ ମାତ୍ର ୧୭୦ ଟଙ୍କା ଦେଇ ସେ ଏହି ବୀମା କରିଥିଲେ । ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେସିସି କ୍ରେଡିଟ୍ କାର୍ଡ ଅନୁଯାୟୀ ତାଙ୍କୁ ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ବ୍ୟାଙ୍କ ମାଧ୍ୟମରେ ଏହି ବୀମାରାଶିର ଚେକ୍ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଡିଜିଏମ୍ ଅଶ୍ୱିନୀ ନାୟକ ଓ ଶାଖା ପରିଚାଳକ ନିର୍ମଳ କୁମାର ସେଠୀ ୰ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରାଙ୍କୁ ଆଜି ପ୍ରଦାନ କରିଛନ୍ତି । ଏହି ପ୍ରଦାନ କାଳରେ କଲେଇ ସେବା ସମବାୟ ସମିତିର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଉପସଭାପତି ସରସ୍ୱତୀ ମହାପାତ୍ର, ସଂପାଦକ ଗୌରାଙ୍ଗ ଚରଣ ନାୟକ, ସହ ସଂପାଦକ ସନାତନ ଯେନା ଓ ସଦସ୍ୟ ଚିନ୍ମୟ କୁମାର ଯେନା, ଲକ୍ଷ୍ମୀଧର ଦାସ, ଶୁଭବ୍ରତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।