ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ହଳଦିଡ଼ିହ ବାଇପାସ ଅଂଚଳରେ ରହୁଥିବା କମ୍ପ୍ୟୁଟର ଇଞ୍ଜିନିୟର ଦୁଷ୍ମନ୍ତ ବେହେରା ଗତ ଡିସେମ୍ବର ୩୦ ତାରିଖରେ ଦୁର୍ଘଟଣାର ଶୀକାର ହୋଇ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ସଂକଟ ଦେଖାଦେବାରୁ ଆଜି ଏ ସଂକ୍ରାନ୍ତରେ ଡଃ ନିତ୍ୟାନନ୍ଦ ମିଶ୍ର ଓ ସଂଗ୍ରାମ କେଶରୀ ଦାସଙ୍କ ଦ୍ୱାରା ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ସହାୟତା କରିବା ପାଇଁ ନିବେଦନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ ତାରିଖରେ ଭଣ୍ଡାରୀପୋଖରୀ ପାଳଦା ଛକରୁ ୧୬ନଂ ଜାତୀୟ ରାଜପଥକୁ ଆସିବା ବେଳେ ଏକ ବୋଲେରୋ ଗାଡ଼ି ପଛରୁ ଧକ୍କାଦେଇଥିଲା। ଫଳରେ ଦୁଷ୍ମନ୍ତଙ୍କ ଅବସ୍ଥା ଶୋଚନୀୟ ହୋଇଥିଲା। ତୁରନ୍ତ ଭଣ୍ଡାରୀପୋଖରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ମେଡିକାଲରେ କୌଣସି ତୁରନ୍ତ ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲ୍ କିମସ୍କୁ ନିଇଯାଇଥିଲା। ସେଠାରେ ତାଙ୍କୁ କ୍ରିଟିକାଲ୍ (ଆଇ.ସି.ୟୁ) ୱାର୍ଡ଼ରେ ଭର୍ତି କରାଯାଇଥିଲା। ବ୍ରେନ୍ରେ ଆଘାତ ହୋଇଥିବାରୁ ଅପରେସନ୍ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଦୁଷ୍ମନ୍ତଙ୍କ ଚେତା ଫେରିନାହିଁ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଅର୍ଥରାଶି ଓ ପରିବାରର ପୁଞ୍ଜି ସମସ୍ତ ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଦୁଷ୍ମନ୍ତଙ୍କ ଅଦ୍ୟାବଧି ଚେତା ଫେରିନଥିବା ଜନିତ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଷ୍ମନ୍ତଙ୍କ ପରିବାର କହିଲେ ତାଙ୍କର ପତ୍ନୀ ତିଳୋତମା ଓ ଏକମାତ୍ର ୧୮ ବର୍ଷିୟା କନ୍ୟା ହରପ୍ରିୟା ଅଟନ୍ତି। ଏଣୁ ସରକାର ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ଫାଣ୍ଡିରୁ ସହାୟତା ପ୍ରଦାନ କରିବା ସହ ବଦାନ୍ୟ ବ୍ୟକ୍ତିମାନେ ଦୁଷ୍ମନ୍ତଙ୍କ ପତ୍ନୀ ତିଳୋତମାଙ୍କ A/c No. – 11403609548, SBI, Bhadrak, IFSC – SBIN0000036 ଓ PhonePay No. – 9438682562 (ମାନସ କୁମାର ବେହେରା) ରେ ସହାୟତାର ହାତ ବଢାଇବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି।