Odiapua.com

ମୃତ୍ୟୁ ଘଟଣାର ନ୍ୟାୟ ଦାବି କରି ରାସ୍ତାରୋକ

ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବାଲିଘାଟ ଛକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା। ନ୍ୟାୟ ଦାବିରେ ମୃତ ମାନସ ଭୋଇଙ୍କ ପରିବାରଲୋକଙ୍କ ରାସ୍ତାରୋକ। ଘଟଣା ସ୍ଥଳରେ ଉତ୍ତେଜନା। ଗତ ୮ତାରିଖରେ ମାନସଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି କେନ୍ଦ୍ର କର୍ତ୍ତୃପକ୍ଷ ମାନସଙ୍କୁ ହସପିଟାଲରେ ଭର୍ତ୍ତି ଓ ସେଠାରୁ ପୁଣି କେନ୍ଦ୍ରକୁ ନେବା ଏବଂ ପୁନଶ୍ଚ ମାନସର ମୃତ୍ୟୁ ହେବା ନେଇ ହଠାତ ଖବର ଦିଆଯିବା ନେଇ ପରିବାର ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ବାସେଳୀ ସାହି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ୪ଦିନ ବିତି ଯାଇଥିଲେ ହେଁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପରିବାର ଲୋକେ ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି। ଏହି ସମ୍ପର୍କରେ ଏସପି କହିଛନ୍ତି ଯେ, ଏସିପିଓ ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ପରିବାର ଲୋକଙ୍କ ଯୋଗାଯୋଗରେ ରହିଛି। ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।