Odiapua.com

ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର, ୨୪ା୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ତାଳଚେର ଏମସିଏଲ କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣା ଘଟିଥିଲା। ସେଥିରେ ଡ୍ରାଇଭର ପପୁନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଫସି ରହିଛନ୍ତି।

ପରବର୍ତ୍ତୀ ସମୟରେ ନଅ ଜଣ ଉଦ୍ଧାର ହୋଇଥିଲେ। ଏବେ ଚିକିତ୍ସା ପାଇଁ ସେମାନେ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟପାଇଁ ଘଟଣା ସ୍ଥଳରେ ଏନଡ଼ିଆରଏଫ ଟିମ ପହଞ୍ଚିଛନ୍ତି।