Odiapua.com

ମୃଗନୟନୀ ଗ୍ରାମରେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଉତୁକୁଡା ପଂଚାୟତ ମୃଗନୟନୀ ଗ୍ରାମରେ ଜଣେ ୧୯ ବର୍ଷିୟା ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଅଘଟଣରେ ଯୁବତୀଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡିଯାଇଥିବାର ସୂଚନା ମିଳିଛି । ତେବେ କେଉଁ କାରଣରୁ ଯୁବତୀ ଜଣକ ତାଙ୍କ ଦେହରେ ନିଆଁ ଲଗାଇଛନ୍ତି, ଏଥିନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ଯୁବତୀ ଜଣକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଯୁବତୀ ଜଣକ ଉତୁକୁଡା ପଂଚାୟତ ମୃଗନୟନୀ ଗ୍ରାମର ବସନ୍ତ ରାଉତଙ୍କ ଝିଅ ଗୌରୀ ବୋଲି ଜଣାପଡିଛି ।