Odiapua.com

ମୂର୍ତ୍ତି ବିସର୍ଜନ ବେଳେ ଯୁବକଙ୍କ ମୃତ୍ୟୁ

ଯାଜପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଯାଜପୁର ରୋଡ ପହଲଙ୍ଗା ଗ୍ରାମରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତକାଲି ମୂର୍ତ୍ତିବିସର୍ଜନ ସମୟରେ ସେ ମଧ୍ୟ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡି ଯାଇଥିଲେ । ପରେ ତାଙ୍କୁ ଖୋଜିବା ପରେ ମଧ୍ୟ ସେ ମିଳିଥିଲେ । ପରେ ବାଧ୍ୟ ହୋଇ ଦମକଳବାହିନୀ କୁ ଖବର ଦିଆଯାଇଥିଲା । ପ୍ରାୟ ଦୁଇଘଣ୍ଟା ପରିଶ୍ରମ ପରେ ସେ ଉଦ୍ଧାର ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ।ତର ତାଙ୍କୁ ମୃତ ଘୋଷଣା କରିଥିଲେ ।