Odiapua.com

ମୂଖ୍ୟମନ୍ତ୍ରୀଙ୍କ ରିିଲିଫ ପାଣ୍ଠିକୁ ୨୬ହଜାର ଟଙ୍କା ସହାୟତା

ତାଳଚେର,୮/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଏବେ ସାରା ବିଶ୍ୱ ସମେତ ଭାରତ ଏବଂ ଓଡ଼ିଶା ରାଜ୍ୟ କରାୟତ ହେବାରେ ଲାଗିଛି । ଆମ ରାଜ୍ୟରେ ବର୍ତମାନ ୪୨ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତରେ ସରକାରଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷ,ଜନ ପ୍ରତିନିଧି,ଅନୁଷ୍ଠାନ ଆଦି ଯଥାସାଧ୍ୟ ସହାୟତା ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ପକ୍ଷରୁ ୧୬ହଜାର ଟଙ୍କା,କଲ୍ୟାଣୀ ସ୍ୱଂୟ ସହାୟକ ଗୋଷ୍ଠୀ ତରଫରୁ ୫ ହଜାର ଟଙ୍କା ଏବଂ ଯୁବ ସମାଜସେବୀ ସୁଧୀର ପାଢ଼ୀଙ୍କ ପକ୍ଷରୁ ୫ ହଜାର ଟଙ୍କା ଏହି ପକ୍ଷରୁ ସର୍ବମୋଟ ୨୬ହଜାର ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ବ୍ରଜନାଥପୁର ପଂଚାୟତର ସରପଂଚ ଭାଗିରଥି ସାହୁ,ଆଇନଜୀବୀ ବିରେନ୍ଦ୍ର ନନ୍ଦ,ଅବନୀ ଅମାନ୍ତ,ଅମୀୟ କୁମାର ଗଡ଼ନାୟକ,ଜ୍ଞାନ ରଞ୍ଜନ ସାହୁ, ଯୁବ ସମାଜସେବୀ ସୁଧୀର ପାଢ଼ୀ ପ୍ରମୁଖ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟି ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ଏହି ଅର୍ଥରାଶି ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ବ୍ରଜନାଥପୁର ପଂଚାୟତର ଜନପ୍ରତିନିଧିଗଣ,ସମାଜସେବୀ ତଥା କଲ୍ୟାଣୀ ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଭଳି ଅର୍ଥଦାନ ନିଶ୍ଚିତ ରୂପେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରାଯାଇଛି ।