Odiapua.com

ମୁହଁ ଖୋଲିଲେ ଶିବରାଜ

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଆରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଅନୁଚ୍ଛେଦ ୩୭୦କୁ ନେଇ ମୁହଁ ଖୋଲିଛନ୍ତି। ଶିବରାଜ ଉକ୍ତ କର୍ମୀ ସମ୍ମିଳନୀରେ ମୋଦି ଏବଂ ଅମିତ ଶାହାକୁ ଭଗବାନ କୃଷ୍ଣ ଏବଂ ଅଜୁର୍ନ ସହିତ ତୁଳନା କରିଛନ୍ତି।

ସେ କହିଛନ୍ତି, ଜମ୍ମୁ କଶ୍ମୀର ଏଭଳି ଅବସ୍ଥା ପାଇଁ ନେହରୁ ଦାୟୀ। ନେହରୁ ଶେଖ ଅବଦୁଲ୍ଲାଙ୍କୁ ଖୁସି କରାଇବା ପାଇଁ ସେଠାରେ ୩୭୦ ଧାରାକୁ ଲାଗୁ କରିଥିଲେ। ଏହାଛଡା ପାକିସ୍ତାନ କବ୍ଜା କରିଥିବା କଶ୍ମୀର ପାଇଁ ମଧ୍ୟ ନେହରୁ ଦାୟୀ ବୋଲି ସେ କହିଥିଲେ। ଭାରତୀୟ ଯବାନ ପାକିସ୍ତାନ ସୈନିକଙ୍କ ସହିତ ସଂର୍ଘଷ କରୁଥିବା ସମୟରେ ନେହେରୁ ଏକତରଫା ବିରାମ ଘୋଷଣା କରିଥିଲେ, ଯେଉଁଥି ପାଇଁ ପିଓକେ ସେମାନଙ୍କ କବ୍ଜାରେ ରହିଯାଇଥିଲା ବୋଲି ଶିବରାଜ ଅଭିଯୋଗ କରିଛନ୍ତି।