Odiapua.com

ମୁହଁ ଖୋଲିଲେ କୁମାର ସ୍ବାମୀ

ବେଙ୍ଗାଲୁରୁ,୨୮/୭(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।  ବିଜେପି ସରକାରକୁ ସମର୍ଥନ ଦେବା ଖବର ସତ ନୁହେଁ । ଟ୍ବିଟ କରି ସେ ଏହା କହିଛନ୍ତି ।

ଏହା ଏକ ଗୁଜବ ଓ ଏ ପ୍ରତି ଧ୍ୟାନ ନ ଦେବାକୁ ମଧ୍ୟ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଜନସେବା ଜରିଆରେ ପାର୍ଟି ଗଠନ କରିବେ ଓ ସାଧାରଣ ଜନତା ଙ୍କ ପାଇଁ ତାଙ୍କର ଲଢ଼େଇ ଜାରି ରହିବ।

ଏଠାରେ ସୂଚନାଯୋଗ୍ୟ ଜେଡିଏସର ଏକ ବିଧାୟକ ଗୋଷ୍ଠୀ ବି.ଏସ୍. ୟେଦୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ଜେଡିଏସ୍ ସମର୍ଥନ ଦେଉ ବୋଲି ଚାପ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଥିଲା। ଏଥିପାଇଁ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ସେମାନଙ୍କ ନିଷ୍ପତ୍ତି ସଂପର୍କରେ ଜଣାଇ ଦେବା ସହ କଂଗ୍ରେସଠାରୁ ଦୂରେଇ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ଜେଡିଏସ୍ ବିଧାୟକ ଦଳ ବୈଠକରେ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ମଧ୍ୟ ଦେଖିବାକୁ ମିଳିଥିଲା।