Odiapua.com

ମୁନିଗୁଡାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ମୁନିଗୁଡା ୧୧-୬ (ଓଡ଼ିଆ ପୁଅ) ଦେଶରେ ଅଳ୍ପଦିନରେ ବାରମ୍ବାର ଅହେତୁକ ପେଟ୍ରୋଲ ଓ ଡିଜେଲ ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କର ନିତ୍ୟ ବ୍ୟବହାର ଜିନିଷ ପତ୍ର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସମାଜରେ ଜଣେ ଗରିବ ଵର୍ତମାନ ବଞ୍ଚିବା କଷ୍ଟକର ବ୍ୟାପାର ହୋଇଛି। ଜନତାଙ୍କ ସ୍ବାର୍ଥ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ଵାନରେ ଆଜି ମୁନିଗୁଡା ଵ୍ଲକ କଙ୍ଗ୍ରେସ ସଭାପତିଶ୍ରୀ ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ କିଛି କଙ୍ଗ୍ରେସ କର୍ମୀ ମାନେ ମୁନିଗୁଡା ସଦରମହକୁମା ଆଇବିପି ପେଟ୍ରୋଲ ପମ୍ପ, ଭାରତ ପେଟ୍ରୋଲ ପମ୍ପ, ମୁନିଖୋଲ ଓ ଇଣ୍ଡିଆନ ପେଟ୍ରୋଲ ପମ୍ପ ଗୋବର୍ଦ୍ଧନ ଛକ ଠାରେ ଏହି ଦର ଵୃଦ୍ଧି ନେଇ ଭାଜପା ସରକାରଙ୍କ ଉପରେ ଗର୍ଜିବା ସହ ବ୍ୟାନର ଧରି ପ୍ରତିବାଦ କରି ଥିଲେ।