Odiapua.com

ମୁଦୁଲିଗୁଡା ଠାରେ ପଚାଂୟତ ପ୍ରତିଷ୍ଟା ଦାବିକରି ଯୁବଗୋଷ୍ଠି ଦାବିପତ୍ର ଦେଲେ ଜିଲ୍ଲାପାଳଙ୍କୁ

ମାଲକାନଗିରି,୩୧ା୮ ( ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳରେ ଆଉ ଏକ ନୂତନ ଗ୍ରାମପଚାଂୟତ ପ୍ରତିଷ୍ଟା ଦାବିନେଇ ସ୍ୱାଭିମାନ ଅଚଂଳର ଯୁବଗୋଷ୍ଠି ଜିଲ୍ଲାପାଳଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି । ଆଜି ସକାଳେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନାକାମାମୁଡି ପଚାଂୟତ ସ୍ୱାଭିମାନ ଅଚଂଳଅଙ୍ଗୁରଗୁଡା,ଆମିଳବେଡା,ସାନଆମିଳବେଡା, ଟିକରପଡା, ସିମିଳିଗୁଡା, ଦରମାଗୁଡା ସହ ଅନ୍ୟ୧୫ଟି ଗ୍ରାମର ଯୁବଗୋଷ୍ଠି ଓ ଗ୍ରାମମୁଖିଆ ମାଲକାନଗରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଙ୍କୁ ମୁଦୁଲିଗୁଡା ଗ୍ରାମଠାରେ ଆଉ ଏକ ନୂତନ ଗ୍ରାମପଚାଂୟତ ପ୍ରତିଷ୍ଟି ନିମନ୍ତେ ଦାବିପତ୍ର ଦେଇଛନ୍ତି । ଏହି ସବୁ ଗ୍ରାମରର ଶିକ୍ଷିତ ଆଦିବାସୀ ଯୁବକ ଓ ଗ୍ରାମ ବାସୀ ମାନଙ୍କ ମଧ୍ୟରୁ ଘେନୁହନ୍ତାଳ,ସମା ମୁଦୁଲି,ବୁଦ୍ରା ରାଷପେଦା,ସୁବାଷ ମୁଦୁଲି,ପରିଗୋଲରୀ,ବୁଟିଆ ସାଙ୍ଗି,ସୁଜ ଗିଟା ପ୍ରମୁଖ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଆତନ୍ତା ୧୫ଦିନ ମଧ୍ୟରେ ମୁଦୁଲିଗୁଡା ଗ୍ରାମକୁ ଗ୍ରାମପଚାଂୟତ ର ମାନ୍ୟତା ଦିଆ ନଗଲେ ୧୫ଖଣ୍ଡ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବାକୁ ନିସ୍ପତି ନେବେ ବୋଲି ଗ୍ରାମବାସୀ ଓ ଯୁବଗୋଷ୍ଠି ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି । ଚିତ୍ରକୋଣ୍ଡା ବିଛିନ୍ନାଚଳକୁ ସଂଯୋଗ କରୁଥିବା ଗୁରୁପ୍ରୀୟା ସେତୁ ଉଦଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଏହା ଆଉ ବିଛିନ୍ନାଚଂଳ ହୋଇ ରହିବନାହିଁ,ବିଛିନ୍ନାଚଂଳ ବଦଳରେ ସ୍ୱାଭମାନ ଅଚଂଳଭାବେ ଘୋଷଣା କରିଥିଲେ,ସେହି ସ୍ୱାଭିମାନଅଚଂଳର ୩୦ଖଣ୍ଡଗ୍ରାମବୀସ ଏବେ ବି ନିଜ ପଚାଂୟତ ଠାରୁ ବିଛିନ୍ନ ହୋଇରହିଛନ୍ତି । ଆଉ ଗୋଟିଏ ନୂତପଚାଂୟତ ପ୍ରତିଷ୍ଟା କରିବା ପାଇଁ ଗତ ୨୦୦୪ ମସିହାରୁ ଦାବିକରିଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି କେହି ଗୁରୁତ୍ୱ ଦେଉ ନଥିବାରୁ ମୁଦୁଲିଗୁଡା,ବାୟାପଡା, ନାରିଙ୍ଗିଝାଲ, ଆମେଲି ବେଢା,ସିରିପେଟା,ରାବା,ଅଙ୍ଗାରଗୁଡା,ଦାମଦରାବେଢା, ପ୍ରମୁଖ ଗ୍ରାମ ମୁଖିଆ ଙ୍କ ସହିତ ଶତାଧିକ ଗ୍ରାମବାସୀ ମୁଦୁଲିପଡା ଗ୍ରାମରେ ଏକ ନୂତନ ଗ୍ରାମପଚାଂୟତ ପ୍ରତିଷ୍ଟାକରିବା ପାଇଁ ଦାବିକରିଛନ୍ତି । ପାହଡ,ପର୍ବତ,ବଣ ଜଙ୍ଗଲ,ନଦୀ ନାଳ, ଜଳଭଣ୍ଡାର ଘେରା ମାଳଅଚଂଳରେ ନାକାମାମୁଡି ଗ୍ରାମପଚାଂୟତ ରହିଛି । ପ୍ରାୟ ୬୦ରୁ ଉର୍ଦ୍ଦଗ୍ରାମକୁ ନେଇ ଏହି ପଚାଂୟତ ଗଠିତ ହୋଇଛି । ସମତଳ ଅଚଂଳ ନକାମାମୁଡି ଠାରେ ପଚାଂୟତ ମୁଖ୍ୟକାର୍ଯ୍ୟାଳୟ ଥିବାରୁ ତାର ପୁବ ର୍ଦିଗ ଚିତ୍ରକୋଣ୍ଡା ଜଳଭଣ୍ଡାର କୁ ଲାଗିରହିଥିବା ପାହଡ,ପର୍ବତ,ବଣ ଜଙ୍ଗଲ,ନଦୀ ନାଳ ପ୍ରଭାବିତ ପ୍ରାୟ୩୦ରୁ ଉର୍ଦ୍ଦଗ୍ରାମ ରହିଛି,ସେମାନଙ୍କୁ ନାକାମାମୁଡି ପଚାଂୟତ କାର୍ଯ୍ୟାଳକୁ ଆସିବାକୁ ହେଲେ ଅଙ୍ଗାରଗୁଡା ଘାଟରୁ ଡଙ୍ଗା କିମ୍ବା ଲଚଂରେ ୬କିମି ଜଳ ଯାତ୍ରା କରି ଡାଇକ୩ ଘାଟଠାରେ ପହଁଚି ସେଠାରୁ ପୁଣି୧୦ କିମି ଜଙ୍ଗଲ ରାସ୍ତା ପାରହୋଇ ପିଡିଏସର ଟଙ୍କିକିଆ ଚାଉଳ, କିରୋସିନ,ବାର୍ଦ୍ଦକ୍ୟ ଭତା ନେବାକୁ ହେଲେ ୭୦କିମି ଦୂର ନାକାମାମୁଡି ପଚାଂୟତକୁ ଆସିବାକୁ ହୋଇଥାଏ । ଏହି ସବୁଅସୁବିଧା କୁ ଦୃଷ୍ଟିରେ ରଖି ଗତ କିଛିବର୍ଷତଳେ ମୁଦୁଲିଗୁଡା ଗ୍ରାମରେ ପଚାଂୟତର ଏକ ଶାଖାକାର୍ଯ୍ୟାଳୟ ଖୋଲା ଯାଇ ଗ୍ରାମବାସୀଙ୍କୁ ସବୁପ୍ରକାର ସରକାରି ସୁବିଧା ଯୋଗାଇ ଦିଆ ଯାଉଥିଲା । ଦୀର୍ଘବର୍ଷ ହେଲା ସେ ସୁବିଧା ଉଠାଇ ଦେଇଥିବାରୁ ,ବିଛିନ୍ନ ହୋଇ ରହିଥିବା ୩୦ଟି ଗ୍ରାମବାସୀ ନାକାମାମୁଡି ଠାରେ ଥିବା ପଚାଂୟତ ମୁଖ୍ୟକାର୍ଯ୍ୟାଳୟ କୁ ଆସି ପିଡିଏସ ସାମଗ୍ରୀ ଓ ଭତା ଟଙ୍କାନେବାକୁ ପଡୁଛି । ଗତ ନିର୍ବାଚନ ସମୟରେ ଜିଲ୍ଲାପାଳ ଓ ରାଜ୍ୟସରକାରଙ୍କୁ ଅହି ଅସୁବିଧା ସଂପର୍କରେ ଗ୍ରାମବାସୀ ମାନେ ଜଣାଇବା ପରେ ନାକାମାମୁଡି ପଚାଂୟତକୁ ଦୁଇଭାଗ କରି ଆଉ ଏକ ନୂତନ ପଚାଂୟତ ପ୍ରତିଷ୍ଟା ହେବା ପାଇଁ ନିସ୍ପତି ନିଆ ଯାଇ ସ୍ଥାନନିରୁପଣ କରାଯାଇଥିଲା । କୌଣସି କାରଣ ଯୋଗୁ ତାହା ଶିତଳଭଣ୍ଡାରରେ ଥିବାରୁ ଆଜି ନାକାମାମୁଡି ପଚାଂୟତର ପୁବ ର୍ ଦିଗରେ ବିଛିନ୍ନ ହୋଇ ରହିଥିବା ସେ ଅଚଂଳର ଯୁବଗୋଷ୍ଠି ଓ ଗ୍ରାମମୁଖିଆ ମାନେ ମାଲାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ତୁରନ୍ତ ମୁଦୁଲିଗୁଡା ଗ୍ରାମଠାରେ ଏକ ନୂତନ ପଚାଂୟତ ପ୍ରତିଷ୍ଟାକରିବା ପାଇଁ ଦାବିଜଣାଇଛନ୍ତି । ମାଲକାନଗିରି ଜିଲ୍ଲାର ବଣଜଙ୍ଗଲ ପାହଡ ପବ ର୍ତ ଘେରା, ଜଳଭଣ୍ଡାର ନିକଟ ଅପହଁଚ ଇଲାକାର ସବୁଠାରୁ ବଡ ପଚାଂୟ ହେଲା ନାକାମାମୁଡି ।