Odiapua.com

ମୁଜାଫ୍ଫରପୁର ଆଶ୍ରୟ ଗୃହ ଯୌନ ଶୋଷଣ ମାମଲା : ଫଇସଲା ୧୪ ଜାନୁଆରି, ୨୦୨୦ରେ ହେବ

ନୂଆଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ମୁଜାଫ୍ଫରପୁର ଆଶ୍ରୟ ଗୃହ ଯୌନ ଶୋଷଣ ମାମଲାରେ ଆଜି କୋର୍ଟ ନିଜରଫଇସଲା ଶୁଣାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସମ୍ବନ୍ଧିତ ବିଚାରପତିଙ୍କର ଅନୁପଲବ୍ଧତା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାର ରାୟ ୧୪ ଜାନୁଆରି, ୨୦୨୦ରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଏହି ମାମଲାରେ ସିବିଆଇ ବ୍ରଜେଶ ଠାକୁରଙ୍କ ସମେତ ୨୧ଜଣ ଲୋକଙ୍କୁ ଆଭିଯୁକ୍ତ ବନାଇଛି।

ମୁଜାଫ୍ଫରପୁରରେ ଚର୍ଚିତ ଆଶ୍ରୟ ଗୃହରେ ଅନେକ ଝିଅମାନଙ୍କର କଥିତ ଯୌନ ଉତ୍ପୀଡ଼ନ ଏବଂ ଯୌନ ହିଂସା ସମ୍ବନ୍ଧିତ ମାମଲାରେ ଦିଲ୍ଲୀର ସାକେତ ସ୍ଥିତ ପୋକ୍ସୋ କୋର୍ଟ ଗୁରୁବାର ଦିନ ନିଜର ଫଇସଲା ଶୁଣାଇବାର ଥିଲା। କିନ୍ତୁ ଆଜି ଏହା ସମ୍ଭବ ହୋଇପାରିଲା ନାହିଁ। ଏହା ପୂର୍ବରୁ ୧୪ ନଭେମ୍ବରରେ ଆସିବାର ଥିଲା ଫଇସଲା କିନ୍ତୁ କିନ୍ତୁ ଓକିଲମାନଙ୍କର ଧର୍ମଘଟ କାରଣରୁ ଫଇସଲାକୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।