Odiapua.com

ମୁଗୁପୁର ହାଇସ୍କୁଲର ୨୦୦୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ହାଟଡ଼ିହି-୭ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ମୁଗୁପୁର ହାଇସ୍କୁଲର ୨୦୦୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ପ୍ରଧାନ ଶିକ୍ଷକ ଗୋଲଖ ବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ଗୋଲକ ବିହାରୀ ଜେନା, ଅମର କୁମାର ନାୟକ, ହରିହର ନାଥ, ଗିରିଧାରୀ ପାତ୍ର, କିଶୋର ଚନ୍ଦ୍ର ନାୟକ, ବିଜୟ କୁମାର ଷେଣ୍ଢ, ବିଦ୍ୟାଳୟର କର୍ମଚାରୀ ଗୌରାଙ୍ଗ ଚରଣ ଦାସ, କୈଳାଶ ଚନ୍ଦ୍ର ସାହୁ, ବେଣୁଧର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ମହିଁଁ ଜୀବନର ମୁଳ ମନ୍ତ୍ର, ତେଣୁ କର୍ମ କରିଚାଲ ଫଳକୁ ଅପେକ୍ଷା କରନା ବୋଲି ପରାମର୍ଶ ଦେବାସହ ଜଣେ ଜଣେ ସଚ୍ଚୋଟ ନାଗରିକ ଭାବେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଶିକ୍ଷକ ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଦିମ୍ବଗତ ସହପାଠୀ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜକୁ ସମାଜ ସେବାରେ ନିୟୋଜିତ କରିବା ସହିତ ବିଦ୍ୟାଳୟର କିଭଳି ଉନ୍ନତି ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ ।