Odiapua.com

ମୁଗୁପୁର ସମାଚାରର ୯ମ ସ୍ୱନକ୍ଷତ୍ର ସମାରୋହ ବ୍ୟକ୍ତି ସ୍ୱାର୍ଥରୁ ଉର୍ଦ୍ଧରେ ରହି ସମାଜକୁ ଦିଗଦର୍ଶନ ଦେବାରେ ସାମ୍ବାଦିକ ମାନେ ବ୍ରତୀ ହେବା ଆବଶ୍ୟକ

ହାଟଡ଼ିହି, ୨୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରୁ ପ୍ରକାଶ ପାଉଥିବା ମାସିକ ଖବରକାଗଜ ମୁଗୁପୁର ସମାଚାରର ୯ମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ ନିୟମାନାୁଯାଇ ନିରାଡମ୍ବର ଭାବେ ଏହି ଉତ୍ସବ ଅର୍ାୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶିକ୍ଷାବିତ, କବି, ଲେଖକ ଜୟନାରାୟଣ ଜଗଦେବ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ସମ୍ବାଦ ସାହିତ୍ୟଘରର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ ଯୋଗଦେଇ ଆଜିର ସମାଜପାଇଁ ସମ୍ବାଦପତ୍ରର ଭୁମିକା ସମ୍ପର୍କରେ ଆଲୋକପାତ କରିବାସହ ‘ଖବରର ସତ୍ୟତା ଓ ବିଶ୍ଳେଷଣରେ ସାମ୍ବାଦିକଙ୍କ ଭୁମିକା’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପାତଞ୍ଜଳୀ କରଶର୍ମା ଯୋଗଦେଇ ସାମ୍ବାଦିକଟିଏ ୱାନମ୍ୟାନ ଆର୍ମି ଭଳି ଏକା ଏକା କର୍ମକ୍ଷେତ୍ରକୁ ଯାଇ ଲୋକଙ୍କ ପାଇଁ ବିଭିନ୍ନ ଖବର ସଂଗ୍ରହ କରୁଥିବାବେଳେ ଆକ୍ରମଣର ଶୀକାର ହେଉଥିବାବେଳେ କେହି ତାଙ୍କ ସୁରକ୍ଷା ଦେବାପାଇଁ ବାହାରି ନଥାନ୍ତି । ଯାହାକି ସମାଜରେ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ପାଇଁ ଓ ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ପାଇଁ ବିପଦ ସୃଷ୍ଟି କରିଛି । ସାମ୍ବାଦିକମାନେ ସବୁବେଳେ ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଗୁପୁର ସମାଚାରର ନବମ ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଗୁପୁର ସମାଚାରର ସମ୍ପାଦକ ତଥା ଜନସେବକ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମଦନ ମୋହନ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ମୁଗୁପୁର ସମାଚାରକୁ ଓଡିଶାର ପୁରପଲ୍ଲୀରେ ପହଞ୍ଚାଇ ମୁଗୁପୁରର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଓଡିଶାବାସୀ ଜାଣିବାର ସୁଯୋଗ ପାଇବେ ବୋଲି ମତବ୍ୟକ୍ତ କରିଥିଲେ । ଟ୍ରଷ୍ଟର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ମୁଗୁପୁର ସମାଚାରରେ ଗ୍ରାମାଞ୍ଚଳର ସମସ୍ୟା ଖବର ବାହାରକରି ତାହାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଯନ୍ତ୍ରୀ ଲକ୍ଷ୍ମୀଧର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଗୁପୁର ସମାଚାରର ଆଞ୍ଚଳିକ ମୁଖ୍ୟ ମୋହନ ଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ନୃଷିହଂ ଚରଣ ପଣ୍ଡା, ଗୋଲକ ସାହୁ ପ୍ରମୁଖ ସଂଗଠନ କିପରି ଜନହୀତକର କାର୍ଯ୍ୟରେ ନିୟୋଜିତ ହେବ ସେ ଦିଗରେ ପରାମର୍ଶ ଦେଇଥିଲେ । ଖବର କାଗଜର ସହ ସମ୍ପାଦକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ବିଶ୍ୱଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମୁଗୁପୁର ସମାଚାରର ସଦସ୍ୟ ସୁମନ୍ତ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ସୁକାନ୍ତ ରାଉତ, ମାନସ ନାୟକ, ସଞ୍ଜୟ ପଣ୍ଡା, ହିମାଶୁଂ ଆନନ୍ଦିଆ, ବିନୋଦ ଦାସ ଓ ଜନସେବକ ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।