Odiapua.com

ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା ରାସ୍ତାରେ ନିର୍ମାଣ ପାଇଁ ଅଂଚଳବାସୀ ଙ୍କ ପକ୍ଷରୁ ଦାବି

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ନିର୍ମାଣ ପାଇଁ ସର୍ବାଗ୍ରେ ଉଦ୍ୟମ କରିଛନ୍ତି । ହେଲେ ଦୀର୍ଘ ବର୍ଷ ହେବ ଜିରିଣା ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଏକ କିମି ରାସ୍ତା ସୁଚାରୁ ରୁପେ ସଂପାଦିତ ହୋଇନଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହ ୫ଗୋଟି ଗ୍ରାମର ଗ୍ରାମବାସୀ ମାନେ ଯାତାୟତରେ ନାନା ସସ୍ୟାରେ ସମ୍ମୁଖିନ ହୋଇଥିବାର ଅଭିଯୋଗ ହେଉଛି । ବନ୍ତ ବ୍ଳକ ଜିରିଣା ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଏକ କିମି ରାସ୍ତା ଦୀର୍ଘ ବର୍ଷ ହେବ ଅଧାପନ୍ତରିଆ ଭାବେ ପଡ଼ିଥିବାରୁ ଏହା ଅଂଚଳବାସୀଙ୍କ ପାଇଁ ସମସ୍ୟା ରୁପେ ଦେଖାଦେଇଥିଲା । ଏହି ରାସ୍ତା ଉକ୍ତ ଅଂଚଳ ପାଇଁ ମୁଖ୍ୟରାସ୍ତା ହୋଇଥିବାରୁ ଲୋକମାନଙ୍କର ଅଭିଯୋଗକୁ ନେଇ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ପରେ ରାସ୍ତାର ଗୁରୁତ୍ୱକୁ ଉପଲବ୍ଧି କରି ଏହି ରାସ୍ତାରେ ମାଟି ଓ ମୋରମ ପକାଇ ଏହାକୁ ନିର୍ମାଣ କରାଯାଇଥିଲା । ହେଲେ ଉକ୍ତ ରାସ୍ତା ଧାନକ୍ଷେତ ର ମଧ୍ୟମ ସ୍ଥଳରେ ଗତି କରିଥିବାରୁ ଲଘୁଚାପ ବର୍ଷା ସହ ଚାଷ ଜମିର ଜଳ ଚଳପ୍ରଚଳକରି ଉକ୍ତ ରାସ୍ତାରେ ଘାଇମାନ ସୃଷ୍ଟିହୋଇଛି । ଏହି ରାସ୍ତା ଆଡ଼ିଆ ,କାଦବାରଙ୍ଗ ଓ ଆଗରପଡ଼ା ଆଦିକୁ ସଂଯୋଗ କରିଥିବାରୁ , ଗମନା ଗମନ ର ସୁବିଧା ପାଇଁ ଏହି ରାସ୍ତା କୁ ନିଜର ଦୈନଦିନ ରାସ୍ତା ଭାବେ ଗ୍ରହଣ କରି ଜିରିଣା,ନିମଗଢିଆ,ବରଗଢିଆ,ନଳିତାଗଢିଆ, ବାହାଦଲପୁର ଆଦି ଗ୍ରାମରୁ ଶତାଧିକ ଗ୍ରାମବାସୀମାନେ ଆଡ଼ିଆ ପଂଚାୟତ କାର୍ଯ୍ୟାଳୟ କୁ ରାସନ ସମାଗ୍ରୀ ସହ ବିଭିନ୍ନ କାମ ପାଇଁ ଉକ୍ତ କାର୍ଯ୍ୟାଳୟକୁ ଯାଇଥାନ୍ତି । ହେଲେ ବର୍ଷାଋତୁରେ ଉକ୍ତ ରାସ୍ତା ର କେତେକ ଅଂଶ ବୁଡ଼ିଯିବା ସହ ତାହା ମଧ୍ୟ ପାଣିକାଦୁଅରେ ଭରପୁର ହୋଉଛି । ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ଉକ୍ତ କଚ୍ଚା ରାସ୍ତାକୁ ସ୍ଥାୟୀ ପକ୍କାରାସ୍ତାରେ ପରିବର୍ତନ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ହେଉଛି ଦାବି ।