Odiapua.com

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା

ପୁରୀ ୨୯-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କରାଯାଇଛି। ପରେ ଜଗନ୍ନାଥ ବଲ୍ଲଭ, ଶ୍ରୀ ସେତୁ, ମୂଷା ନଦୀ, ସମଙ୍ଗ, ବୃନ୍ଦାବତୀ ନିବାସ ଓ ଜଗନ୍ନାଥ ଷ୍ଟାଡିୟମ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ଶ୍ରୀ ରାକେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ସିଡିଏମଓ ଡା ସୁଜାତା ମିଶ୍ର, ଜିଏମ ଶ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ, ଓବିସିସି ଜିଏମ ଶ୍ରୀ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।