Odiapua.com

ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ଧାମରା ଗସ୍ତ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୩.୨୨ରେ ହେଲିକପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଭିକେ ପାଣ୍ଡିଆନ ଆସି ଧାମରା ବନ୍ଦରରେ ପହଂଚିଥିଲେ। ଧାମରା ବନ୍ଦରର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତାଙ୍କୁ ହେଲିିପ୍ୟାଡରେ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ପରେ ମୁଖ୍ୟ ଶାସନ ସଚିବ ଏବଂ ଭିକେ ପାଣ୍ଡିଆନ ଆସି ନିକଟସ୍ଥ ଗୋଲଡେନ ଆଙ୍କର ହୋଟେଲ ପାଖରେ ପହଂଚିବା ପରେ ଜାମୁଝାଡି-ବାସୁଦେବପୁର ଭଦ୍ରକ ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ କମ୍ପାନୀ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଠାରେ ସଂପୃକ୍ତ କମ୍ପାନୀର ନିର୍ଦେଶକ ଗୌରାଙ୍ଗ ଦେଶାଇ, ସାଧାରଣ ପରିଚାଳକ ଚନ୍ଦ୍ର ଶେଖର ପ୍ରସାଦ, ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ, ଏଡିଏମ ରାମଦାସ ଟୁଡୁ, ଶାନ୍ତନୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଗାମୀ ୍‌ଦିନରେ ଜାଗୁଳା ଏବଂ କଇଥଖୋଲା ପଂଚାୟତରେ ୭୫୦ଏକର ପରିମିତ ମଧ୍ୟରେ ହେବାକୁ ଥିବା ଶିଳ୍ପାଂଚଳ ପାର୍କ ର ବ୍ଲୁପ୍ରିଂଟ ଦେଖାଇଥିଲେ। ଏଥିପାଇଁ ଦରକାର ପଡୁଥିବା ଜମି ଅଧିଗ୍ରହଣ ପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ତା ହେବାକୁ ସ୍ତିରୀକୃତ ହୋଇ ସାରିଛି ବୋଲି ମଧ୍ୟ କହିଥିଲେ। ଭାର୍ଚୁଆଲ ମାଧ୍ୟମରେ ଏହି ଶିଳ୍ପାଂଚଳ ପାର୍କ ହେଲେ ଏହି ଅଂଚଳରେ କଣ ବିକାଶ ହୋଇ ପାରିବ ସେ ବିଷୟରେ ମଧ୍ୟ ମତ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଚିଫ କନଷ୍ଟ୍ରକସନ ଇଞ୍ଜିନିୟର ରଥାଙ୍ଗ ଧର ରାଉତ, ସୁପରିଟେଣ୍ଡଂଟ ଇଞ୍ଜିନିୟର ରାମଚନ୍ଦ୍ର ସେଠୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ, ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ରହି ଧାମରା –ବାସିଦେବପୁର –ଜାମୁଝାଡି ରାସ୍ତା ନିର୍ମାଣ ହେଉଥିବା ବେଳେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସହଯୋଗରେ ଖୁବଶୀଘ୍ର ଏହି କାର୍ଯ୍ୟ ହୋଇ ପାରିଛି ବୋଲି ମଧ୍ୟ ମତ ରଖିଥିଲେ। ଶେଷରେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ସମସ୍ତ କାର୍ଯ୍ୟ କ୍ରମ ଅଂଶ ଗ୍ରହଣ କରିବା ପରେ ପୁନଶ୍ଚ ହେଲିକପ୍ଟର ଯୋଗେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିକୁ ଯାତ୍ରା କରିଥିଲେ। ଆଜିର ଏହା ସରକାରୀ କା୍‌ର୍ଯ୍ୟକ୍ରମ ହୋଇଥିବା ବେଳେ ଶାସକ ଦଳର କୌଣସି ନେତା ଉପସ୍ଥିତ ରହି ନଥିଲେ।ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଧାମରା ମେରାଇନ ଥାନାଧିକାରୀ ତୁସୀଲ କୁମାର ମାଝୀ, ବାଂଶଡା ଥାନା ଅଧିକାରୀ ସେକ ହାପିଜ, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ ପ୍ରମୁଖ ଉପସ୍ଥିତ ଥିଲେ।