Odiapua.com

ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥର ସୁବିନିଯୋଗ କରିବା ନେଇ ନାଗରିକ କମିଟିର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର ୧୦ -୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ସବ୍ଡିଭିଜନ ଅଞ୍ଚଳରେ ଓ ଟିଟିଲାଗଡ଼ ସହରରେ ଏକ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ୯୯ ଲକ୍ଷ ଟଙ୍କା ର ଅନୁଦାନ ଦେଇଥିବା ବେଳେ ଓ ଉକ୍ତ ଅର୍ଥ ରେ ଆବଶ୍ୟକତା ଅନୁଯାୟୀ ଏକ ଷ୍ଟାଡିୟମ ନିର୍ମାଣ କରାଯିବା ଉଚିତ ଯାହା ଜନ ସାଧାରଣ ଉପକୃତ ହୋଇପାରିବେ ଓ ବାରମ୍ବାର ସାଧାରଣ ରେ ଦାବି ହୋଇ ଆସିଛି। ଏବେ ଉକ୍ତ ଧାର୍ଯ୍ୟ ସ୍ଥାନରେ ସରକାର ତୁରନ୍ତ ଉକ୍ତ ବ୍ୟବସ୍ଥା ଗ୍ରହଣ କରି ଅନ୍ୟ ସ୍ଥାନରେ ପାର୍କ ନିର୍ମାଣ ହୋଇ ପାରୁଥିବା ବେଳେ ଏହାକୁ ତୁରନ୍ତ ରଦ୍ଧ କରାଯାଉ, ଏ ନେଇ ଟିଟିଲାଗଡ଼ ନାଗରିକ କମିଟି ତରଫରୁ ସ୍ଥାନୀୟ ଜଳାରାମ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷ ରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ସେହିପରି ଟିଟିଲାଗଡ଼ ରେ ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା ନେଇ ବିଷଦ ଆଲୋଚନା ହୋଇଥିଲା। ସେହିପରି ଟିଟିଲାଗଡ଼ ହଟପଦା ବଜାର ସହ ଟ୍ରାଫିକ ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗତ ଦିନରେ ଆସିବା ଦିନଠୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମସ୍ୟା ରେ ସୁଧାର ଆସିଛି ବୋଲି ନାଗରିକ କମିଟି ତରଫରୁ ପ୍ରକାଶ ପାଇଛି। ସରକାରୀ ଅର୍ଥ ର ସୁବିନିଯୋଗ ନ ହେବା ଯୋଗୁଁ ଏହି ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ତାର ସମାଧାନ ପାଇଁ ନାଗରିକ କମିଟି ବାରମ୍ବାର ଦାବି କରି ଆସୁଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ର ଅନୁଦାନ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ। ନାଗରିକ କମିଟି ଠିକ ସେହିପରି ସବ୍ଡିଭିଜନ ମୁଖ୍ୟ ଚିକିତ୍ସାଳୟରେ ମାତ୍ର ସାତଟି ଡାକ୍ତର ସହ ଭେଷଜ ବିଶେସଂଜ୍ଞ ଡ଼ଃ ଶ୍ରୀ ମେହେର ଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ତୀବ୍ର ବିରୋଧ କରିଛନ୍ତି। ସରକାରୀ ଅର୍ଥ ଆସିବା ସତ୍ୱେ ଏହି ଅଞ୍ଚଳରେ ସୁବିନିଯୋଗ ନ ହେବା ଅତ୍ୟନ୍ତ ଦୁଃଖଦ ବିଷୟ ଏ ନେଇ ନାଗରିକ କମିଟି ନିଜ ତରଫରୁ ବିଭିନ୍ନ ଦାବି କରି ଆସୁଥିବା ବେଳେ ସ୍ୱତନ୍ତ୍ର ଭାବେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ଼ ଦାବି ପ୍ରକାଶ ପାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଦାଇତ୍ୱ ରେ ଜଣେ ଆଇ ଏ ଏସ ସ୍ତରୀୟ ଅଧିକାରୀ ରହିଥିବା ସତ୍ୱେ କୌଣସି ଆବଶ୍ୟକୀୟ ପଦକ୍ଷେପ ନ ନେବା ନେଇ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ରାଧାକାନ୍ତ ପାଢ଼ୀ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିବା ବେଳେ ଅନେକ ସଂଖ୍ୟା ରେ ସମ୍ବାଦିକ ତଥା ବୁଦ୍ଧିଜୀବୀ ଉପସ୍ଥିତ ରହି ଥିଲେ।