Odiapua.com

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କଲେ ପୂର୍ବତନ ସେନା କର୍ମଚାରୀ ରଞ୍ଜନ କୁମାର ସିଧୁ

ବଡ଼ବିଲ ,ତା ୨୯ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
ବୈଷୟିକ ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ ସ୍ତବ୍ଧ କରିଥିବା ବେଳେ ଏନେଇ ଭାରତ ମଧ୍ୟ ଏହା ବିରୁଦ୍ଧରେ ସୁରକ୍ଷା ଲଢେ଼ଇ ଜାରି ରଖିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବତନ୍ତ୍ର ପାଣ୍ଠି ସହ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଲୋକମାନଙ୍କ ସହାୟତା ନିମନ୍ତେ ଖର୍ଚ୍ଚ କରାଯାଉଛି । ସେଥିପାଇଁ ଉଭୟ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ଗୁଡ଼ିକ ସହଯୋଗର ହାତ ବଢାଉଛନ୍ତି । ସେହିଭଳି କରୋନା ମୁକାବିଲା ପାଇଁ ଜଣେ ପୂର୍ବତନ ସେନା କର୍ମଚାରୀ ଆଜି ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଟଙ୍କା ପ୍ରଦାନ ସମୟରେ ତାଙ୍କ ପୁଅ ରତ୍ନନେଶ୍ୱର ସିଧୁ, ସମାଜସେବୀ ଗଣେଶ ପାତ୍ର ଉପସ୍ଥିତ ଥିଲେ ।