Odiapua.com

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଲଲିପପ୍ ଦେଖା ବନ୍ଦ କରନ୍ତୁ – ଜ୍ଞାନେନ୍ଦ୍ର

ଭୁବନେଶ୍ୱର ତା ୯.୯ (ଓଡ଼ିଆ ପୁଅ) – ନୂଆ ମୋଟରଯାନ ଆଇନକୁତିନିମାସ ପାଇଁ କୋହଳ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ନିର୍ଦ୍ଦେଶକୁ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତୀବ୍ର ସମାଲୋଚନା କରିଛନ୍ତି।

ନୂଆ ମୋଟରଯାନ ଆଇନ୍ ସଂସଦରେ ପାସ୍ ହେଲାବେଳେ ଜନସାଧାରଣଙ୍କ ଭଲମନ୍ଦକୁ ନବୁଝି ରାଜ୍ୟ ଶାସନରେ ଥିବା ବିଜେଡି ଦଳର ସାଂସଦମାନେ ସମର୍ଥନ ଦେଲେ। ଅନ୍ୟ କେତେକ ରାଜ୍ୟ ସରକାର ଏଭଳି ଆଇନକୁନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଆଇନ୍ର ଠିକଣା ସମୀକ୍ଷା ନକରି ରାଜ୍ୟରେ କାର୍ଯ୍ୟକାରୀ କରାଇଦେଲେ। ବିଗତ ଦିନମାନଙ୍କରେ ସାଧାରଣ ଜନତାର କ୍ରୋଧ ସରକାରଙ୍କ ଉପରେ ଦେଖିଲା ପରେ ମୁଖ୍ୟମନ୍ତ୍ରୀଙ୍କର ଚେତା ପଶିଲା। ଆଗକୁ ନଗରପାଳିକା ନିର୍ବାଚନ ଥିବାରୁ ଏହି ଆଇନକୁତିନିମାସ କୋହଳ କରି ଓଡିଶାବାସୀଙ୍କୁ ପୁଣି ଲଲିପପ୍ ଦେଖାଇ ଭୋଟ ହାତେଇବାର ଯେଉଁ ପ୍ରୟାସ କରୁଛନ୍ତି ତା’ର ଉଚିତ୍ ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତରେ ଓଡିଶାବାସୀଙ୍କ ପ୍ରତି ଆନ୍ତରିକତା ଅଛି ତେବେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଓଡିଶା ଏହି ଆଇନକୁପ୍ରତ୍ୟାଖ୍ୟାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।