ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଗତ କିଛିଦିନ ତଳେ ଭଦ୍ରକ ଜିଲା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ ସରକାରୀ ବେସରକାରୀ ଓ ଧର୍ମାନୁଷ୍ଠାନକୁ ଅନୁଦାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକର ପାଳିଆବିନ୍ଧା ବିରଞ୍ôଚନାରାୟଣ ମାଧବାର୍ଜୁନ କଲେଜକୁ ୨କୋଟି ୨୫ଲକ୍ଷ, ଗୁଆମାଳ ସଂସ୍କୃତ ମହାବିଦ୍ୟାଳୟକୁ ୫୦ଲକ୍ଷ, ତାଳପଦା ମାଣିକଲାଲ ମହିଳା ମହାବିଦ୍ୟାଳୟକୁ ୨୫ଲକ୍ଷ ଓ ଐତିହାସିକ ବିରଞ୍ôଚନାରାୟଣ ମନ୍ଦିରକୁ ୨୫ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ଏହି ସରକାରୀ ଅନୁଦାନ କିପରି ଯଥାଶିଘ୍ର ବ୍ୟୟ କରାଯାଇ ଉନ୍ନତି କରାଯାଇ ପାରିବ ସେ ନେଇ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ପ୍ରଶାସନିକ ଅଧିକାରୀ ଗୁରୁବାର ବିଭିନ୍ନ କଲେଜ ଓ ବିରଞ୍ôଚନାରାୟଣ ମନ୍ଦିରରେ ପହଞ୍ôଚ ନକ୍ସା ଓ ଅଟକଳର ସମୀକ୍ଷା କରିଛନ୍ତି । ପ୍ରଥମେ ତାଳପଦା ମାଣିକଲାଲ ମହିଳା ମହାବିଦ୍ୟାଳୟରେ ପହଞ୍ôଚ ଅନୁଦାନର ସଠିକ ବିନିଯୋଗ ନେଇ ନକ୍ସା ଦେଖି ବ୍ୟୟ ଅଟକଳ କରିଥିଲେ । ପରେ ଗୁଆମାଳ ସଂସ୍କୃତ ମହାବିଦ୍ୟାଳୟ, ପାଳିଆବିନ୍ଧା ବିଏନଏମଏ କଲେଜ ଓ ବିରଞ୍ôଚନାରାୟଣ ମନ୍ଦିରରେ ପହଞ୍ôଚ ନକ୍ସା ଦେଖି ବ୍ୟୟ ଅଟକଳ କରିଥିଲେ ।
ପାଳିଆବିନ୍ଧା ବିଏନଏମଏ କଲେଜର ଶ୍ରେଣୀଗୃହ, ଷ୍ଟାଫ୍ କମନରୁମ୍, ଗାର୍ଲସ କମନରୁମ, ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ବିଦ୍ୟୁତକରଣ ଇତ୍ୟାଦିର ଉନ୍ନତିକରଣ କରାଯିବ ବୋଲି ବ୍ୟୟ ଅଟକଳ କରିଥିଲେ । ସମୀକ୍ଷା ସମୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଟିକଚାନ୍ଦ କାଲୋ ଓ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ତନୁଜା ମିଶ୍ର ଓ ଅଲେଖ ତିର୍କୀ, କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା, ଡ. ବିଶ୍ୱରଂଜନ ଦାସ, ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗ, ଅଧ୍ୟାପକ ତପନ କୁମାର ନାୟକ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଜିଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ପ୍ରଦୀପ ପଣ୍ଡା, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ବସନ୍ତ ନାୟକ, ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ସରପଞ୍ଚ ଯଶୋଦା ମଲ୍ଲିକ ଓ ଗୌରୀଶଙ୍କର ଜେନା, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ବିଜେଡି ନେତା ଅମୀୟ ମଲ୍ଲିକ, ଯୁବ ବିଜେଡି ଜିଲା ସମ୍ପାଦକ ଅମର କୁମାର ମଲ୍ଲିକ, କିଶୋର ମଲ୍ଲିକ, ପୂର୍ବତନ ସରପଞ୍ଚ ଶରତ ମଲିକ, ଦୁଷ୍ମନ୍ତ କୁମାର ନାୟକ, ଯୁବନେତା ତାପସ ଦାସ, ସତ୍ୟବ୍ରତ ନାୟକ, ଅଜିତ୍ ମହାନ୍ତି, ବିଜେଡି ନେତା ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।