Odiapua.com

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କଲେ – ୫୧୦କୋଟି ଟଙ୍କା ବ୍ୟୟବରାଦରେ ୭ଟି ପ୍ରକଳ୍ପର ଶିଳାନ୍ୟାସ

ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗ୍ରସ୍ତରେ ଆସି ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପୁରୀ ସହର ହେବ ହେରିଟେଜ ସିଟି। ଶ୍ରୀକ୍ଷେତ୍ର ଚମକିବ ଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହେବ। ଶୀକ୍ଷେତ୍ର ନବକଳେବର ପାଇଁ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗ୍ରସ୍ତରେ ଆସିଥିବା ବେଳେ ୭ଟି ବଡ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନା କରିଥିଲେ। ୫୧୦କୋଟି ଟଙ୍କାର ବ୍ୟୟବରାଦରେ ୭ଟି ପ୍ରକଳ୍ପ ହେଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନୂତନ ବର୍ଷର ଅଭିନନ୍ଦନ ଶ୍ରୀକ୍ଷେତ୍ର ବାସୀଙ୍କୁ ଜଣାଇଥିଲେ। ପୁରୀ ଆସି ବେଶ ଖୁସୀ ଅଛନ୍ତି ବୋଲି ସେ କହିଥିଲେ। ଶ୍ରୀକ୍ଷେତ୍ରକୁ ଏକ ସୁନ୍ଦର ସହରରେ ପରିଣତ ନେଇ ଉଦ୍ୟମ ହେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପରେ ମାର୍କେଟ ଛକ ପୌରପାଳିକା ଉଛେଦ ସ୍ଥଳକୁ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ।

ଶିଳାନ୍ୟାସ ତାଲିକାରେ ରହିଛି ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ଯାତ୍ରୀସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ନବୀକରଣ, ଜେଲରୋଡରେ ବହୁତଳ ପାର୍କିଂ ବେଳାଭୁମିରେ ଭେଣ୍ଡିଙ୍ଗ ଜୋନ ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପଲେକ୍ସ ଆହାର ଓ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଅତ୍ୟାଧୁନିକ ଚୁଲା ପାଇଁ ଶିଳାନ୍ୟାସ କରାଯାଇଛି। ଏଗୁଡିକ ଖୁବ୍ ଶୀଘ୍ର ଶେଷ ପାଇଁ ସରକାରଙ୍କର ପ୍ରମୁଖ ଏଜେଣ୍ଡା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତପାଇଁ ସହରରେ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଥିଲା।