Odiapua.com

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କର୍ମଶାଳା

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କୃଷିସୂଚନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ କୃଷି ଉଦ୍ୟୋଗ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସହକାରୀ କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାକୁ ମୁଖ୍ୟଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ। ଏôତରେ ଜିଲ୍ଲା କୃଷି ନର୍ଦ୍ଦେଶକ ତରୁଣ କୁମାର ଛୋଟରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସ, ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ, ସାଂସଦ ପ୍ରତିନିଧି ଲଲିତ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମନ୍ୱିତ କୃଷି ଯୋଜନାର ସୁଯୋଗ ହାସଲ କରିବାକୁ ହୋଇଥିବା ସରଳୀକୃତ ବ୍ୟବସ୍ଥା ପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ କରିପାରିଲେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବଳରାମ ଯୋଜନାରେ ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମନ୍ୱିତ କୃଷି ଋଣ ପ୍ରଦାନ କରାଯାଇଥିଲା। ବ୍ଲକ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିôତଲେ। କାର୍ଯ୍ୟକ୍ରମକୁ ବିକେଏମ ମାନସ କୁମାର ମହାପାତ୍ର, ବିଟିଏମ ମାନସ କୁମାର ଜେନା, ଗ୍ରାମ୍ୟକୃଷି କର୍ମଚାରୀ ଅବିନାଶ ଜେନା, ତାରେଣୀ ପ୍ରସାଦ ନାୟକ, ଶିବନାରାୟଣ ପାଣି, ଆଶିଷ କୁମାର ରାଉତ, ପ୍ରମୋଦ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ।