Odiapua.com

ମୁଖ୍ୟମନ୍ତ୍ରୀ କାଳବିଳମ୍ବ ନକରି ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ : ନିରଞ୍ଜନ

ଭୁବନେଶ୍ୱର ୨୦.୧ (ଓଡ଼ିଆ ପୁଅ) – ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମମିତାଙ୍କ ହତ୍ୟାରେ ଭାଙ୍ଗିପଡ଼ିଥିବା ପିତାମାତା ଓ ପରିବାର ବର୍ଗଙ୍କୁ ଶାନ୍ତିକଲା ପରି ସଂସ୍ଥା ଦ୍ୱାରା ଅନୁସନ୍ଧାନ କରନ୍ତୁ। ଉତରପ୍ରଦେଶ ଲକ୍ଷୀମ୍‌ପୁର ଖେରୀରେ କୃଷକ ଗଣହତ୍ୟାରେ ସଂପୃକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଯେଭଳି ଭାବରେ ମୋଦି ସରକାର ଘୋଡ଼େଇ ରଖିଛନ୍ତି ଏବଂ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରୁ ବାହାର କରୁନାହାନ୍ତି ଠିକ ସେହିଭଳି ମୁଖ୍ୟମନ୍ତ୍ରୀ ନିଜର ନିର୍ବୋଦ୍ଧତା ପ୍ରକାଶ ନକରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଇସ୍ତଫା ଦେବା ପାଇଁ ବା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ। ନହେଲେ ସାଧାରଣ ଲୋକଙ୍କର ସନ୍ଦେହ ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀଙ୍କର ଏ ଘଟଣାରେ ସଂପୃକ୍ତି ଅଛି ବୋଲି। ଶ୍ରୀ ପଟ୍ଟନାୟକଙ୍କ ଆଶା ଓ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ସଦ୍‌ବୃଦ୍ଧି ହେବ ଏବଂ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପାଇଁ କହିବା ସଂଗେ ସଂଗେ ତାଙ୍କ ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଜନସାଧାରଣଙ୍କୁ କିପରି ପ୍ରକୃତ ସତ୍ୟ ମିଳିବ ତାର ସୁବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ।