Odiapua.com

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ‘ମେକ୍ ଇନ୍ ଓଡିଶା’ ବର୍ତମାନ ବୌଦ୍ଧରେ ବାସ୍ତବତାର ରୂପ ନେଉଛି

– ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ ଉଦ୍ ଘାଟିତ ହେଲା ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ।
– ବୌଦ୍ଧଜିଲ୍ଲାର ଆର୍ଥିକ ପ୍ରଗତି ଓ ଅଭିବୃଦ୍ଧିରେ ବୌଦ୍ଧ ଡିଷ୍ଟିଲାରୀ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ବୌଦ୍ଧ ୭ ଅଗଷ୍ଟ, ୨୦୧୯: ବୌଦ୍ଧ ଜିଲ୍ଲାବାସୀଙ୍କୁ ଶିଳ୍ପାଚଂଳର ସୁବିଧା ଏବଂ ଏହାର ଉପକାରିତା ପ୍ରଦାନ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଡ୍ରିମ ପ୍ରୋଜେକ୍ଟ ‘ମେକ୍ ଇନ୍ ଓଡିଶା’ ଜରିଆରେ ଆଜି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ୍ ରେ ଓଡିଶାର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ ଘାଟନ କରିଛନ୍ତି। ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ୨ଙ୍ଘ୬୦ କିଲୋ ଲିଟର (କେ.ଏଲ୍ .ପି.ଡି) ଏକ୍ସ୍ ଟ୍ରା ନ୍ୟୁଟ୍ରାଲ୍ ଆଲ୍ କୋହଲ୍ ସହ ୨ଙ୍ଘ୨.୫ ମେଗାୱାଟ୍ କ୍ଷମତା ସମ୍ପନ୍ନ ନିଜସ୍ୱ ପାୱାର୍ ପ୍ଲାଣ୍ ୍ ୍ଟ୍ ଅଛି। ଯାହାକି ଆଗାମୀ ଦିନମାନଙ୍କରେ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତିର ସୁଯୋଗ ଆଣିବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଆଜି ତାଙ୍କ କାର୍ଯ୍ୟାଳୟରେ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଉଦୟ ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବୌଦ୍ଧଜିଲ୍ଲାର ପ୍ରଥମ ବୃହତ୍ ଶିଳ୍ପ ପ୍ରକଳ୍ପର ଶିଳା ଉନ୍ମୋଚନ କରିଥିବାବେଳେ ପ୍ଲାଣ୍ଟ ପରିସରରେ ସେହି ସମୟରେ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସମାନ ଭାବରେ ପ୍ରକଳ୍ପର ଶିଳା ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରିତେଶ ସାହୁ କହିଲେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦହ ଏହି ପ୍ରକଳ୍ପର ଉଦ୍ ଘାଟନ କରିବା ସହ ଆମକୁ ଉତ୍ସାହିତ କରିଥିବା ହେତୁ ଆମେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛୁ। ଏହି ଡିଷ୍ଟିଲାରୀ ପ୍ରକଳ୍ପ ବୌଦ୍ଧର ସମସ୍ତ ବର୍ଗକୁ ଲାଭାନ୍ୱିତ କରିବା ସହ ବୌଦ୍ଧକୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ପ୍ରତିଷ୍ଠିତ କରିପାରିବ ବୋଲି ଆମର ବିଶ୍ୱାସ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପର ୬୦(କେ.ଏଲ୍ .ପି.ଡି) କ୍ଷମତା ସମ୍ପନ୍ନ ୟୁନିଟ୍ କାର୍ଯ୍ୟରତ ଅଛି ଯାହା ବୌଦ୍ଧଜିଲ୍ଲାରେ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଅଛି। ଏଥିସହ ଖୁବ୍ ଶୀଘ୍ର ଏହାର ଦ୍ୱିତୀୟ ୟୁନିଟ୍ ଆରମ୍ଭ ହେବାକୁ ଯାଉଅଛି ଯାହାକି ଆଗାମୀ ଦିନମାନଙ୍କରେ ଅଧିକରୁ ଅଧିକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ।”

ବୌଦ୍ଧଜିଲ୍ଲା ରାମ୍ଭିକଟା ଠାରେ ଅବସ୍ଥିତ କୃଷିଭିତିକ ଏହି ଡିଷ୍ଟିଲାରୀ ପ୍ରକଳ୍ପ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା ସହ ଏହାର ଅତ୍ୟାଧୁନିକ ଜ୍ଞାନକୌଶଳ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପକାଉଥିବା ଶୁନିଶ୍ଚିତ କରୁଅଛି। ଏହି ଡିଷ୍ଟିଲାରୀ ପ୍ରକଳ୍ପ କୌଣସି ପ୍ରକାରର ତରଳ ତଥା ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ନିର୍ଗତ କରେ ନାହିଁ। ଏହାର ଇଲେକ୍ଟ୍ରୋ ପ୍ରେସିପିଟେଟର୍ ସମସ୍ତ ଧୂଆଁ ଏବଂ ପାଉଁଶକୁ ଗଚ୍ଛିତ କରି ରଖେ। ପରବର୍ତ୍ତୀ ସମୟରେ ନିର୍ଗତ ପାଉଁଶକୁ ସିମେଣ୍ଟଇଟା ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ।

ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ଲାଲାଟେନ୍ଦୁ ମିଶ୍ର କହିଲେ, “ବୌଦ୍ଧଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟକି ଏଠାରେ ଜିଲ୍ଲାର ପ୍ରଥମ ବୃହତ୍ ଶିଳ୍ପ ପ୍ରକଳ୍ପ ସ୍ଥାପିତ ହେଲା। ମୋର ବିଶ୍ୱାସ ଏହି ପ୍ରକଳ୍ପ ବୌଦ୍ଧଜିଲ୍ଲାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏବଂ ମୁ ଆଶା କରୁଛି ସରକାରଙ୍କ ଶୁଭକାମନା ସହ ଏହି ପ୍ରକଳ୍ପ ଅନ୍ୟ ପ୍ରକଳ୍ପ ପାଇଁ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିବ ଏବଂ ଜିଲ୍ଲାରେ ସଫଳତା ଲାଭ କରିବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆର୍ଥିକ ବିକାଶରେ ସହାୟକ ହେବ।”

ବୌଦ୍ଧଜିଲ୍ଲାରେ ପ୍ରଥମଥର ପାଇଁ ସ୍ଥାପିତ ଏହି ବୃହତ୍ ଶିଳ୍ପ ପ୍ରକଳ୍ପ କେବଳ ସ୍ଥାନୀୟ ଅଂଚଳରେ ହଜାର ହଜାର ଲୋକଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ତାହା ନୁହେଁ ବରଂ ଚାଷୀଭାଇମାନେ ମଧ୍ୟ ଏହା ଦ୍ୱାରା ଆର୍ଥିକ ରୂପେ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ଦୈନିକ ୧୨୫ ଟନ୍ ଗୁଣ୍ଡ ଚାଉଳ ଦରକାର କରିଥାଏ ଯାହା ଖାଇବା ଅନୁପଯୋଗୀ ଅଟେ। ସୂଚନାଥାଉକି ଭଙ୍ଗା ଚାଉଳ ବିଶେଷ ରୂପରେ କୌଣସି କାର୍ଯ୍ୟରେ ବ୍ୟବହୃତ ହେଉନଥିବା ବେଳେ ଏଥିଯୋଗୁଁ ଚାଷୀ ଓ ବେପାରୀମାନେ ବିଭିନ୍ନ ପ୍ରକାରର କ୍ଷତିର ସମ୍ମୁଖୀନ ହୋଇଥାନ୍ତି କିନ୍ତୁ ଏହି ପ୍ରକଳ୍ପ ଦା୍ୱରା ଚାଷୀ ତାର ଗୁଣ୍ଡ ଚାଉଳକୁ ବିକ୍ରିକରି କିଛି ମାତ୍ରାରେ ଅଧିକା ରୋଜଗାର କରିପାରିବ।

ଡିଷ୍ଟିଲାରୀ କେବଳ ଇ.ଏନ.ଏ. ପ୍ରସ୍ତୁତ କରିଥାଏ ତାହା ନୁହେଁ ବରଂ ଇ.ଏନ.ଏ. ପ୍ରସ୍ତୁତି ପରେ ଅତିରିକ୍ତ ବଳକା ଚାଉଳରୁ ଡି.ଡି.ଜି.ଏସ୍ .(ଡିଷ୍ଟିଲରସ୍ ର୍ଡ୍ରାଏଡ୍ ଗ୍ରେନ୍ ୱିଥ୍ ସଲ୍ୟୁଏବଲ୍ ) ଉତ୍ପାଦନ କରିଥାଏ। ଯେଉଁଥିରେ ଶତକଡା ୪୦ପ୍ରତିଶତରୁ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ ଯାହା ଗୋଖାଦ୍ୟ ରୂପେ ଉପଯୋଗୀ ଅଟେ। ଏହା ବ୍ୟତୀତ ଏଥିରୁ ଇଥାନଲ୍ ମଧ୍ୟ ଉତ୍ପାଦନ କରାଯାଏ ଯାହା ସରକାରଙ୍କ ଜୈବ ଇନ୍ଧନ ଅଭିଯାନକୁ ଆଗକୁ ନେବାରେ ସାହାର୍ଯ୍ୟ କରିବା ସହ ପ୍ରଦୂଷଣର ମାତ୍ରା ହ୍ରାସ କରିବାରେ ମଧ୍ୟ ସହାୟ ହୋଇଥାଏ।

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କାର୍ଯାବଳୀ ଅନ୍ତର୍ଗତ ବୌଦ୍ଧ ଡିଷ୍ଟିଲାରୀ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରିବାରେ ସହଭାଗୀ ହୋଇପାରିଛି। ସ୍କୁଲ୍, ହସ୍ପିଟାଲ୍ ଏବଂ ମନ୍ଦିରମାନଙ୍କରେ ଆର୍ ଓ ୱାଟର୍ ପ୍ୟୁରିଫାୟର ସୁବିଧା ପ୍ରଦାନ କରିବା, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା, ସ୍କୁଲ୍ କୁ ଶିକ୍ଷା ଉପକରଣ ଇତ୍ୟାଦି ଯୋଗାଇଦେବା ଏବଂ ଆଗାମୀ ଦିନମାନଙ୍କରେ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।