Odiapua.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୮ ଟି ସଂସ୍ଥା ପକ୍ଷରୁ ୯.୨୪ କୋଟି ଟଙ୍କା: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୫ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୩ କୋଟି

ଭୁବନେଶ୍ୱର, ୨୪.୬ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି NIT Rourkela Alumni Association ପକ୍ଷରୁ ୭୧ ଲକ୍ଷ ଟଙ୍କା ଓ ଗୋପାଳପୁର ବନ୍ଦର ପକ୍ଷରୁ ୫୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ୧୯୭୫-୮୦ ପୁରାତନ ଛାତ୍ର ସଂଘ ପକ୍ଷରୁ ୧,୨୫,୦୦୦, Ahuti Stanger Laboratories Abudhabi ପକ୍ଷରୁ ୫୦ ହଜାର ଟଙ୍କା, ଉତ୍କଳବଙ୍ଗ ସଂଗ୍ରାମ ମଞ୍ଚ ପକ୍ଷରୁ ୧୦ ହଜାର ଏବଂ ଓଡ଼ିଶା ପ୍ରଗତି ସଂଘ କୋଲକତା ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହିପରି ସମୁଦାୟ ୮ଟି ସଂସ୍ଥା ପକ୍ଷରୁ ୯ କୋଟି ୨୩ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।