Odiapua.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୧୩ କୋଟି, କାନାଡା ବ୍ୟାଙ୍କ ୯ କୋଟି, ଇଣ୍ଡସଇଣ୍ଡ ଦେବ କୋଟି, ଆଇଡିବିଆଇ ୧ କୋଟି

ଭୁବନେଶ୍ୱର, ୨୦.୬.୧୯ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। କାନାଡା ବ୍ୟାଙ୍କ ପକ୍ଷରୁ ୯, ୨୮, ୦୮, ୮୧୧ ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କ ପକ୍ଷରୁ ଏହାର ପରିଚାଳନା ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆର୍. ଏ ଶଙ୍କରନାରାୟଣନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। IDBI ବ୍ୟାଙ୍କ ପକ୍ଷରୁ ଏହାର Executive Director Shri Jorty Chacko, CGM Smt Aditi Kakade ଓ Regional Head Asit Padhi ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧, ୦୪, ୨୫, ୦୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। Indusnd Bank ପକ୍ଷରୁ ଏହାର Executive Vice President Mr. Ravi Harja ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧, ୫୦, ୦୦, ୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏହାର ଅଧ୍ୟକ୍ଷ ବୃନ୍ଦାବନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୨, ୯୦, ୦୦୦ ଟଙ୍କା ପ୍ରଦାନ କରିଛନ୍ତି।

Odisha State Association of Financial Inclusion Institutions (OSAFII) ପକ୍ଷରୁ ୩୩, ୩୧, ୭୦୦ ଟଙ୍କା, ଥାନେ ଓଡ଼ିଆ ଆସୋସିଏସନ ପକ୍ଷରୁ ୧, ୫୦, ୦୦୦ ଟଙ୍କା, Srusti Academy of Management ପକ୍ଷରୁ ୧, ୦୧, ୦୦୦ ଟଙ୍କା, ନିଖିଳ ଓଡ଼ିଶା ଅବସରପ୍ରାପ୍ତ ପ୍ରନିଅନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ନିଖିଳ ଓଡ଼ିଶା ଆଲ୍ଲାହାବାଦ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୭୦ ହଜାର ଟଙ୍କା ଏବଂ ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୧, ୬୬, ୦୦୦ ଟଙ୍କା ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଏହାର ସାଧାରଣ ସଂପାଦକ ଶ୍ରୀ ନିରଞ୍ଜନ ମିଶ୍ର ଓ ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି। ବାଙ୍କ ପ୍ରଗତୀ ପରିଷଦ ପକ୍ଷରୁ ଏହାର ସଭାପତି ଶ୍ରୀ ନୀଳମୋହନ ତ୍ରିପାଠୀ ଓ ସଂପାଦକ ଶ୍ରୀ ନିମାଇଁ ଚରଣ ଦାସ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। Red FM ପକ୍ଷରୁ ୫୫ ହଜାର ଟଙ୍କା ଏହିପରି ସମୁଦାୟ ୧୨, ୪୪, ୫୭, ୫୧୧ ଟଙ୍କା ପ୍ରଦାନ କରାଯାଇଛି।

ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।