Odiapua.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ସହାୟତା

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ସମଗ୍ର ବିଶ୍ୱରେ କରୋନକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଭାରତବାସୀ ଏଥିପାଇଁ ସଚେତନ ହେଲେ ଏହାକୁ ଦୂରେଇ ଦେଇ ପାରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଲୋକମାନଙ୍କୁ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି। ଦୀର୍ଘ ୪ଦିନ ଧରି ଲୋକମାନେ ଲକଡାଉନ ହୋଇ ରହିଥିବା ବେଳେ ପୁଲିସ ପ୍ରଶାସନ ଲୋକମାନଙ୍କର ଜୀବନ ରକ୍ଷା କରିବା ପାଇଁ ସବୁଠି ନିଜକୁ ନିୟୋଜିତ କରିଛି। ତେବେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିଛି। କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଲୋକମାନଙ୍କୁ ସହାୟତାର ହାତ ବଢାଇବା ପାଇଁ କହିଥିବା ବେଳେ ବିଭିନ୍ନ ଦଳର ରାଜନେତା ଏବଂ ବିଭିନ୍ନ ସରକାରୀ କର୍ମଚାରୀ ସେମାନଙ୍କ ଦରମା ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ତେବେ ସୋସିଆଲ ମଡିଆ ହ୍ୱାଟସପରେ ଯୋଡି ହୋଇଥିବା ବ୍ୟକ୍ତିମାନେ ରିଲିଫ ପ୍ରଦାନ କରିବା ଭାରତରେ ପ୍ରଥମ ବୋଲି ଆଶା କରାଯାଉଛି। ହ୍ୱାଟସପରେ ଆପଣଙ୍କ ଖବର ନାମରେ ୨୦.୯.୨୦୧୬ମସିହାରେ ସାମ୍ବାଦିକ ଦିବାକର ଷଡଙ୍ଗୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ଗ୍ରୁପରେ ରାଜନୈତିକ ବ୍ୟକ୍ତି ବିଶେଷ ଓ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ଛାତ୍ରଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବିମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ଗ୍ରୁପ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ବର୍ତମାନ ଆମ ରାଜ୍ୟରେ କରୋନାକୁ ନେଇସବୁଠି ଭୟା ବାତାବରଣ ଦେଖାଯାଇଥିବା ବେଳେ ସହଯୋଗର ହାତ ବଢାଇଛି ଆପଣଙ୍କ ଖବର। ମାତ୍ର ୩୬ଘଂଟା ମଧ୍ୟରେ ଗ୍ରୁପରେ ଥିବା ସଭ୍ୟମାନେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦୫୦୧୨୦୩୦୯୧୯୧ ଜମା ଖାତାରୁ ୧ଲକ୍ଷ ଟଙ୍କାର ଏକ ଚେକକୁ ପୁରୀ ପ୍ରଶାସନ ନିକଟରେ ପ୍ରଦାନ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳପ୍ରଦୀପ ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଆପଣଙ୍କ ଖବର ଗ୍ରୁପର ସଭାପତି ଦୀନବନ୍ଧୁ ବେଉରା, ସଂପାଦକ ପୂଣ୍ୟବ୍ରତ ପରିଡା, ସହାସଂପାଦକ ପ୍ରଦୀପ ଦଳେଇ, ବରୋଦା ପଟ୍ଟନାୟକ, ପ୍ରଦଦୋକ ସାମଲ ପ୍ରଦାନ କରିଥିଲେ। ସମସ୍ତେ ଯଦି ସଚେତନ ହୋଇ ନିଜ ଘରେ ରହିବା ପାଇଁ ସମସ୍ତଙ୍କ ଆପଣଙ୍କ ଖବର ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।