Odiapua.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୧୨ ଟି ସଂସ୍ଥା ପକ୍ଷରୁ ୬୩ ଲକ୍ଷ ଟଙ୍କା

ଭୁବନେଶ୍ବର, ୨୯.୬ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ସୁନ୍ଦରମ ଫାଇନାନ୍ସ ଲିମିଟେଡ ଚେନ୍ନାଇ ପକ୍ଷରୁ ୨୫ ଲକ୍ଷ ଟଙ୍କା, ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ପକ୍ଷରୁ ୮, ୫୦, ୦୦୦ ଟଙ୍କା, Odisha Public Health Engineering Organisation ପକ୍ଷରୁ ୫, ୪୫, ୭୯୪ ଟଙ୍କା, IDL Explosives Ltd. Rourkela ପକ୍ଷରୁ ୫ ଲକ୍ଷ ଟଙ୍କା, IDL Explosives Ltd. Rourkela ର କର୍ମଚାରୀ ମାନଙ୍କ ପକ୍ଷରୁ ୫୯, ୨୨୧ ଟଙ୍କା, ବରଗଡ ବିକାଶ ଏଜୁକେସନାଲ ଇନ୍‌ଷ୍ଟିଚ୍ୟୁସନ ପକ୍ଷରୁ ୫ ଲକ୍ଷ ଟଙ୍କା, ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୨, ୩୦, ୫୦୦ ଟଙ୍କା, କଲିକତାସ୍ଥିତ ଉତ୍କଳୀୟ ମିଳିତ ମଞ୍ଚ ପକ୍ଷରୁ ୫୦ ହଜାର ଟଙ୍କା, ରଣପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩୫ ହଜାର ଟଙ୍କା, Employees of GOCL Corporation Ltd Hyderabad ପକ୍ଷରୁ ୧୩, ୫୬୮ ଟଙ୍କା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ୧୦ ହଜାର ଟଙ୍କା, ପ୍ରଦାନ କରାଯାଇଛି।

ଓଡିଶା ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କର୍ପୋରେସନ ପକ୍ଷରୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। ଏହିପରି ସମୁଦାୟ ୧୨ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୬୨, ୯୪, ୦୮୩ ଟଙ୍କା ପ୍ରଦାନ କରାଯାଇଛି।

ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।