ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ହେଲା ମହଙ୍ଗା। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକ କିସ୍ମତ ଉପ୍ରା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିିକ୍ଷକ ବ୍ରଜକିଶୋର ଦାସ ଗତ ନଭେମ୍ବର ମାସ ରେ ସାମଜିକ ଗଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ସାମାଜିକ ଗଣମାଧ୍ୟମରେ ଦେଇଥିବା ବେଳେ ଏହା ଭାଇରାଲ ହୋଇଥିଲା। ଏହାକୁ ଭିତି କରି ବହୁ ସାମାଜିକ କର୍ମୀ ଭଦ୍ରକ ଜିଲ୍ଲାପାଳ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏହି ବିଷୟରେ ଅଭିଯୋଗ ଆଣିଥିଲେ। ଏହାକୁ ଭିତି କରି ଆଜି ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ସଂପୃକ୍ତ ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସଙ୍କୁ ସସପେଣ୍ଡ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୩୮୮୯/୫ /୧୨/୨୦୨୫ ମୂଳେ ଏହାକୁ କାର୍ଯ୍ୟକାରୀ କରିଛନ୍ତି।