Odiapua.com

ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ପାଇଁ ମାଲକାନଗିରି ଜିଲ୍ଲା ହସପିଟାଲ ରେ ଆରମ୍ଭ ହେବାକୁ ଯାଉଛି ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି,୨୧ା୨ (ଓଡିଆ ପୁଅ ) ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ ସେବା ଯୋଜନା ଆଦିବାସା ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାହସପିଟାଲରେ ଆରମ୍ଭ ହେବାକୁ ଯାଉଛି । ବଡ ବଡ ସହର ମାନଙ୍କରେ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମଥରକରି ସେହି ସେବା ରୋଗୀମାନଙ୍କୁ ଯୋଗାଇ ଦିଆଯିବ । ଏ ନେଇ ଭିତିଭୂମି ପ୍ରସ୍ତୁତି ଓ ପରିସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର,ଏସସିବି ମେଡିକାଲ କଲେଜ ଡିନ୍ ଡ. ଦତେଶ୍ୱର ହୋତା,ସହାକାରୀ ଡିଏମଇଟି ଡ.ଉମାକାନ୍ତ ଶତପଥୀ ପ୍ରମୁଖ ଗତ ଦୁଇଦିନହେଲା ମାଲକାନଗିରି ଜିଲ୍ଲାକୁ ଗସ୍ତକରି ହସପିଟାଲ ପରିଦର୍ଶନକରି ଫେରି ଯାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ଆଦିବାସୀ ଅଧିଷ୍ୟୁତ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି,ଗୁରୁତର ରୋଗୀଙ୍କୁ ଦୁରଦୂରାନ୍ତ ବଡ ହସପିଟାଲକୁ ସ୍ଥାନାନ୍ତର କରିବା ବାଳେ ଅଧିକ ସମୟ ଲାଗୁଥିବାରୁ ସେମାନଙ୍କ ଜୀବନ ବଚାଂଇବା ସମ୍ଭବପର ହୋଇନଥାଏ , ସେଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ବାୟୁ ସ୍ୱାସ୍ଥ୍ୟ ସେବାଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏୟାର ଆମ୍ବୁଲାନ୍ସରେ ବଡ ବଡ ହସପିଟାଲର ପ୍ରଫେସର,ବିଶେଷଜ୍ଞ ଡାକ୍ତର ମାନେ ମାଲକାନଗିରି ଜିଲ୍ଲା ହସପିଟାଲରେ ଏୟାର ଆମ୍ବୁଲାନ୍ସରେ ପହଁଚି ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗଇଦେବେ ଏହା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଚଂଳର ଗରିବ ରୋଗୀ ମାନେ ଉପକୃତ ହେବେ ବୋଲି ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ କହିଛନ୍ତି ।