Odiapua.com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଭାରତ ହକି ଓ୍ୱାର୍ଲ୍ଡ କପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ନଗଦ ପୁରସ୍କାର

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଘୋଷଣା: ଭାରତ ହକି ୱାର୍ଲ୍ଡକପ୍ ୨୦୨୩ ରେ ବିଶ୍ୱକପ୍ ଜିତିଲେ ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ ୧ କୋଟି ଟଙ୍କା। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରାଯାଇଛି। ଏହା ନିଶ୍ଚିତ ଭାବରେ ଭାରତୀୟ ଖେଳାଳିମାନଙ୍କର ମନୋବଳ ବୃଦ୍ଧି କରିବ।

ସୂଚନାଯୋଗ୍ୟଯେ, ରାଉରକେଲାରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଭାରତୀୟ ଦଳକୁ ମୁଖ୍ୟମନ୍ତରୀ ଶୁଭେଚ୍ଛା ଜଣାଇବା ସହିତ ଏହି ଘୋଷଣା କରିଛନ୍ତି।