Odiapua.com

ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ସଡକ ଯୋଜନାକୁ ଫଳବତୀ କରିବାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅପାରଗତା

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବଇଁଚା- ଉତରସାହି ରାସ୍ତା ଟି ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇଥିଲା । ପରେ ଏହି ୪କି.ମି ଦୈଘ୍ୟ ବିଶିଷ୍ଟ ରାସ୍ତାଟି ୨୦୧୯ ମସିହାରେ ଆରମ୍ଭ ହୋଇ ୨୦୨୦ ମସିହାରେ ଶେଷ ହୋଇଥିଲା । ମାତ୍ର ସୁଚନା ଫଳକରେ ଲିଖିତ ଥିବା ତଥ୍ୟ ଆଧାରରେ ଏହି ରାସ୍ତା ୨୦୧୮ ମସିହାରେ ଆରମ୍ଭ ହୋଇ ୨୦୧୯ ମସିହାରେ ଶେଷ ହୋଇଛି ବୋଲି ଦର୍ଶାଯାଇଛି । ଏହି ରାସ୍ତା୨କୋଟି ୩୦ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ଏବଂ ଏହାର ରକ୍ଷଣା ବେକ୍ଷଣ ଅବଧି କାର୍ଯ୍ୟସମାପନ ଠାରୁ ୩ବର୍ଷ ପର୍ଯ୍ୟନ୍ତ ବୋଲି ଫଳକରେ ଦର୍ଶାଯାଇଛି । ୨୦୨୪ ମସିହା ଫେବୃଆରୀ ମାସରେ ଏହାର ରକ୍ଷଣାବେକ୍ଷଣ କରିବାକୁ ସଂପୃକ୍ତ ଠିକାଦାର ଆସି ଯେନତେନ ପ୍ରକାରେ ଏହି ରାସ୍ତା କାର୍ଯ୍ୟ କରିଦେଲେ । ଏହି ସମୟରେ ସଂପୃକ୍ତ ଅଂଚଳବାସୀ ଏହି କାର୍ଯ୍ୟ ଠିକ ହେଉନାହିଁ ବୋଲି ଅଭିଯୋଗ ଆଣିଥିଲେ ମାତ୍ର ସଂପୃକ୍ତ ଠିକାଦାର ବିଭାଗୀୟ ଅଧିକାରୀ ଏହି ପ୍ରକାର କାର୍ଯ୍ୟ କରିବାକୁ କହିଛନ୍ତି ବୋଲି କହି ପଳାଇଯାଇଥିଲେ । ମାତ୍ର ଏଠାରେ ପ୍ରଶ୍ନ ଉଠେ ବିଭାଗୀୟ ଅଧିକାରୀ କାହିଁକି ଜାଣିଶୁଣି ଏପରି କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଛନ୍ତି ଏବଂ ସଂପୃକ୍ତ ଠିକାଦାର ଙ୍କ ଏଭଳି କାର୍ଯ୍ୟ ବିଷୟରେ ମୁହଁ ଖୋଲୁ ନାହାନ୍ତି ଅପର ପକ୍ଷରେ ସଂପୃକ୍ତ ଠିକାସଂସ୍ଥାର ବିଲ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।

ଅଧାପନ୍ତରିଆ ଅବଧି କାର୍ଯ୍ୟ ସାଙ୍ଗକୁ ହୋଇଥିବା କାର୍ଯ୍ୟ ର ମାନ ଠିକ ନଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କିପରି ଏଥିପ୍ରତି ନୀରବଦ୍ରଷ୍ଟା ସାଜିଛନ୍ତି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ । ଏହି ରାସ୍ତା ର ମରାମତି ଖରାପ ହୋଇଥିବା ବେଳେ ମାତ୍ର ଅବଧିର ଗୋଟିଏ ମାସ ନ ପୁରୁଣୁ ଏହି ରାସ୍ତାଟି ସଂପୂର୍ଣ ଯାତାୟତ ଅନୁପୋଯୋଗୀ ହୋଇ ପଡିଛି । ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ନଚେତ ଆଗାମୀ ଦିନରେ ଅଂଚଳବାସୀ ଏ ନେଇ ଲୋକାୟୁକ୍ତଙ୍କ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହି ରାସ୍ତା କାର୍ଯ୍ୟ ର ମାନ ଠିକ ହୋଇ ନଥିବା ଦର୍ଶାଇଥିବା ବେଳେ କାହିିଁକି ଏହି ୪କି.ମି ଦୈଘ୍ୟ ବିଶିଷ୍ଟ ରାସ୍ତାଟି ସଂପୂôର୍ଣ ମରାମତି ହୋଇ ପାରିଲା ନାହିଁ ର ପ୍ରଶ୍ନକୁ ଏଡାଇ ଯାଇଥିଲେ ।