Odiapua.com

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡକୁ ମାଲକାନଗିରିର ଜନସାଧରଣ ୧୨ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କଲେ

ମାଲକାନଗିରି, ୯ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡକୁ ମାଲକାନଗିରି ଜିଲ୍ଲାର ଜନସାଧରଣ ୧୨ ଲକ୍ଷ ୩୦ ହଜାର ୫୩୬ ଟଙ୍କା ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ବଦାନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ୫ ଲକ୍ଷ ୧୧ ହଜାର ୧୧୧ଟଙ୍କା, ଠିକାଦାର ସନ୍ତୋଷ କୁମାର ରାଉତ ୨ଲକ୍ଷ ଟଙ୍କା, ଏମଭି ୬୯ ଗ୍ରାମର ସମାଜସେବୀ ଉତମ ମଲିକ ୧ ଲକ୍ଷ ୪୫ ହଜାର ୫୫୫ ଟଙ୍କା, ଏମଭି ୨୨ ଗ୍ରାମର କ୍ରିଷ୍ଣାପଦ ସରକାର ୫୧ ହଜାର ଟଙ୍କା, ବ୍ଲକ କଲୋନିର ସତ୍ୟଜିତ ପଡିଆରୀ ୫୦ ହଜାର ଟଙ୍କା, ପୋଟେରୁ ନରନାରାୟଣ ସେବା ଆଶ୍ରମ ପକ୍ଷରୁ ୪୯ ହଜାର ୯୯୯ ଟଙ୍କା ସିହତ ଶିକ୍ଷକ, ମହିଳାସ୍ୱଂୟ ସହାୟକ ଗୋଷ୍ଟି, ଗ୍ରାମମଙ୍ଗଳ କମିଟି, ସରକାରି କର୍ମଚାରି, ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ମୋଟ ୧୨ଲକ୍ଷ ୩୦ ହଜାର ୫୩୬ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡ କୁ ପ୍ରଦାନ କରାଯାଇଛି।