Odiapua.com

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାଇ ଦୁଇମାସର ଫି ଛାଡକଲେ ସ୍କୁଲ କର୍ତ୍ତୁପକ୍ଷ

ହାଟଡ଼ିହି-୧୧/୪, ହାଟଡିହି ବ୍ଲକ ଛେନାପଦିଛକରେ ଅବସ୍ଥିତ ଆହ୍ୱାନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ଦୁଇମାସର ସ୍କୁଲ ଫି ଛାଡ କରିଥିବା ଟ୍ରଷ୍ଟି ରାହସ୍ୟମୟୀ ଗିରି ଘୋଷଣା କରିଛନ୍ତି । କରୋନା ପାଇଁ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଏପରି ନିଷ୍ପତି ନେଇଥିବା କହିଛନ୍ତି । ଶ୍ରୀମତୀ ଗିରି କହିଛନ୍ତି ଯେ ମହାମାରୀ କରୋନା ଯୋଗୁଁ ଏବେ ସାରା ଭାରତରେ ଲକଡାଉନ ଚାଲିଛି । ସମସ୍ତେ ଏଥିରୁ ରକ୍ଷା ପାଇବାପାଇଁ କୌଣସି କାମଧନ୍ଦାକୁ ନଯାଇ ଘରେ ବସିରହିଛନ୍ତି । ଏପରି ବିପର୍ଯ୍ୟୟ ବେଳେ ସ୍କୁଲ ଫି ନିଶ୍ଚୟ ଅଭିଭାବକ ମାନଙ୍କୁ ବାଧିôବ । ତେଣୁ ଅଭିଭାବକ ମାନଙ୍କୁ ଏଥିରୁ ସାମାନ୍ୟ ହାଲକା ଦେବାକୁ ସ୍କୁଲର ମୁଖ୍ୟ ଭାବରେ ସେ ଏପ୍ରିଲ ଓ ମେ ଦୁଇ ମାସର ସ୍କୁଲ ଫି କୁ ଛାଡ କରିବାପାଇଁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ଅଭିଭାବକମାନେ ନିଶ୍ଚିତ ଉପକୃତ ହେବା ସହିତ ଆଶ୍ୱସ୍ତି ହେବେ ବୋଲି ସ୍କୁଲର ଉପଦ୍ଦେଷ୍ଟା ଜୟନାରାୟଣ ଜଗଦେବ ମହାପାତ୍ର, ପ୍ରତିଷ୍ଠାତା ସଦସ୍ୟ ଲକ୍ଷ୍ମୀଧର ଜେନା ପ୍ରମୁଖ ପ୍ରକାଶ କରିଥିବାବେଳେ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ।