Odiapua.com

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ର ଗୃହମନ୍ତ୍ରୀ

ଭୁବନେଶ୍ୱର ୧୧-୧୨ (ଓଡ଼ିଆ ପୁଅ) ଛତିଶଗଡ଼ର ଗୃହମନ୍ତ୍ରୀ ଶ୍ରୀ ତାମ୍ରଧ୍ୱଜ ସାହୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ ଛତିଶଗଡ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ।

ସୂଚନାଯୋଗ୍ୟ ଯେ ଛତିଶଗଡ଼ ସରକାର ୨୦୧୯ ଡିସେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଜାତୀୟ ଜନଜାତି ନୃତ୍ୟ ଉତ୍ସବ ଆୟୋଜନ କରିଛନ୍ତି।