ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରବାସୀଙ୍କ ଲାଗି ଖୁସି ଖବର । ଭଦ୍ରକ ସହରାଞ୍ଚଳ ‘ମୁକ୍ତା’ ଯୋଜନାରେ ସାମିଲ ହୋଇଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ସହରବାସୀଙ୍କ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏହି ବଡ ପ୍ରକଳ୍ପ ଘୋଷଣା କରିଥିବାରୁ ଆଜି ଅପରାହ୍ନରେ ଭଦ୍ରକ ବିଧାକୟ ସଂଜୀବ ମଲ୍ଲିକଙ୍କ ଭଦ୍ରକ ବାସଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଅର୍ପଣ କରିବା ସହ ମୁକ୍ତା ଯୋଜନାରେ ଭଦ୍ରକ ସହରାଞ୍ଚଳକୁ ୧୭ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହି ଅନୁଦାନ ରାଶିରେ ସହରାଞ୍ଚଳରେ ୧୦ଟି କ୍ଷୁଦ୍ର ଉଦ୍ୟାନ, ୧୪ଟି ପବ୍ଲିକ୍ ଜିମ୍, ୧୩ଟି ଶିଶୁ କ୍ରୀଡା ଉଦ୍ୟାନ, ୧୮ଟି ରାସ୍ତା, ୫ଟି ଖେଳପଡିଆ, ୮ଟି ଶୌଚାଳୟ, ୪ଟି ରାସ୍ତାକଡ ବିକ୍ରୟସ୍ଥଳୀ, ୫୬ଟି ରାସ୍ତା ଓ ଡ୍ରେନ୍ ଓ ୯୦ଟି ମୁଖ୍ୟ ରାସ୍ତାକୁ ମିଶାଇ ମୋଟ ୨୧୮ ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି କୃତଜ୍ଞତା ସଭାରେ ପ୍ରାକ୍ତନ ପୌରାଧ୍ୟକ୍ଷ ମାନସ ମହାନ୍ତି, ଟାଉନ୍ ବିଜେଡି ସଭାପତି ଆଇନ୍ଜୀବୀ ତାହେର ମହମ୍ମଦ, ପ୍ରାକ୍ତନ ପୌର ଉପାଧ୍ୟକ୍ଷ ତାହେରା ଖାତୁନ, ପ୍ରାକ୍ତନ ପାରିଷଦ ଗଜେନ୍ଦ୍ର ପଣ୍ଡା, ଦିଲ୍ଲୀପ ନାୟକ, ପ୍ରଣୟ ଦାସ, ସେକ୍ ସମଦାନୀ, ସେକ୍ ଜୁଲ୍ଫିକର ଅଲ୍ଲୀ, ସେକ୍ ଜାହିଦ ହବିବ, ଉର୍ମିଳା ଚୌଧୁରୀ, ଟାଉନ୍ ମହିଳା ବିଜେଡି ସଭାପେତ୍ରୀ ଦେବହୁତି ମହାପାତ୍ର, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ୧୬ନଂ ବିଜେଡି ସଭାପତି ସେକ୍ ନାସିର ଅଲ୍ଲୀ, ଟାଉନ୍ ଯୁବ ବିଜେଡି ସଭାପତି ଆଶିଷ ଅମିତାଭ ମହାପାତ୍ର, ସୂର୍ଯ୍ୟକୁମାର ଦାସ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।