ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ତୁରନ୍ତ ତାଙ୍କୁ ବେଲ ମିଳିଥିଲା। କୋର୍ଟ ତାଙ୍କୁ ଅପିଲ କରିବା ପାଇଁ ୩୦ ଦିନ ସମୟ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବହୁ ବିରୋଧୀଦଳ ନେତା କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି। ଏଥି ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି। ଏହା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଦଳର ନେତା ରେଣୁକା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ୨୦୧୮ ରେ ସଂସଦରେ ଦେଇଥିବା ‘ସୂର୍ପଣଖା’ ମନ୍ତବ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ ବୋଲି କହିଛନ୍ତି। ରେଣୁକା ଚୌଧୁରୀ ମଧ୍ୟ ରାଜ୍ୟସଭା ପ୍ରକ୍ରିୟାର କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ରାମାୟଣ ସିରିଏଲ ବିଷୟରେ ଉଲ୍ଲେଖ କରିଛନ୍ତି।
ରେନୁକା ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସଂସଦରେ ‘ସୂର୍ପଣଖା’ ବୋଲି କହିଛନ୍ତି। ବର୍ତ୍ତମାନ ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବି। ଦେଖିବାକୁ ରହିଲା କୋର୍ଟ କେତେ ଶୀଘ୍ର କାର୍ଯ୍ୟ କରନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆ ଯୁଜର୍ସ କଂଗ୍ରେସ ନେତାଙ୍କୁ ମନେ ପକାଇ ଦେଇଛନ୍ତିଯେ, ପ୍ରଧାନମନ୍ତ୍ରୀ ମୋଦୀ ”ସୂର୍ପଣଖା” ଶବ୍ଦ ଉଲ୍ଲେଖ କରିନାହାଁନ୍ତି ଏବଂ ସଂସଦରେ ଦେଇଥିବା ବିବୃତ୍ତି ଉପରେ ସେ କୋର୍ଟଙ୍କ ନିକଟକୁ ଯାଇପାରିବେ ନାହିଁ।
ସୂଚନାଯୋଗ୍ୟଯେ, ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଭାଷଣ ଦେଉଥିବା ସମୟରେ। ରେଣୁକା ଚୌଧୁରୀ ଜୋରରେ ହସିଥିଲେ ଏହାପରେ ତତ୍କାଳୀନ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ତାଙ୍କୁ କହିଥିଲେ ଆପଣଙ୍କର କିଛି ଅସୁବିଧା ? ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେଯେ, ରାମାୟଣ ସିରିଏଲ ପରେ ଏପରି ହସ ଶୁଣିବାର ସୌଭାଗ୍ୟ ମିଳିଛି।
ରାହୁଲଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ୩୦ ଦିନ ସମୟ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବହୁ ବିରୋଧୀଦଳ ନେତା କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ କରିଛନ୍ତି। ତେଣୁ ଆଜି ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ କଂଗ୍ରେସ ବିରୋଧ କରିବାକୁ ଯାଉଛି। ଏହା ବ୍ୟତୀତ ଅନ୍ୟ ବିରୋଧୀଦଳ ନେତାଙ୍କ ସହ ଏକ ବୈଠକ ମଧ୍ୟ କରିବ କଂଗ୍ରେସ। ସୂଚନାଯୋଗ୍ୟଯେ, ବହୁ ଅଣ କଂଗ୍ରେସ ବିରୋଧୀଦଳ ନେତା ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି।
This classless megalonaniac referred to me as Surpanakha on the floor of the house.
I will file a defamation case against him. Let's see how fast courts will act now.. pic.twitter.com/6T0hLdS4YW
— Renuka Chowdhury (@RenukaCCongress) March 23, 2023