ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରମ ପୂଜ୍ୟ ଗୁରୁ ଶ୍ରୀ ଦେବ ପ୍ରସାଦ ଦାସଙ୍କ \”୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ-୨୦୨୫\” ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଗତ ୧୬ ତାରିଖରେ ଭାରତ ନୃତ୍ୟ ଉନ୍ନୟନ ରତ୍ନ ତ୍ରିଧାରା ପକ୍ଷରୁ ସଭାପତି ସିମାଂଚଳ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଚାନ୍ଦବାଲି ବାଲିଗାଁ ର ମିରାମ୍ବିକା ଫାଇନ୍ ଆର୍ଟ ଓ ମ୍ୟୁଜିକ୍ କଲେଜ ଦ୍ୱାରା ସେଠାରେ ଓଡିଶୀ ନୂତ୍ୟ ପ୍ରଦର୍ଶନ କରିଥିଲେ ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଶିଷ୍ଟ ଅତିଥି ଭାବରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସମ୍ମାନିତ ଅତିଥି ତ୍ରୀଧାରାର ନିର୍ଦ୍ଦେଶକ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚାନ୍ଦବାଲି ବାଲିଗାଁ ର ମିରାମ୍ବିକା ଫାଇନ୍ ଆର୍ଟ ଓ ମ୍ୟୁଜିକ୍ କଲେଜ ର ଅଧ୍ୟକ୍ଷା ସାଗରିକା ମଲ୍ଲିକଙ୍କୁ ସଂଗଠନ ତରଫରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହ ମିରମ୍ବିକା ଅନୁଷ୍ଠାନ ର ୦୫ ଜଣ କଳାକାରଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି ଅନୁଷ୍ଠାନ ଏହା ପୂର୍ବରୁ ଦିଲ୍ଲୀ, ରାଂଚି ଓ କୋଲକାତା ରେ ନୂତ୍ୟ ପ୍ରଦଶନ କରି ଖ୍ୟାତି ଅର୍ଜନ କରିଛନ୍ତି ।